ମାଲକାନଗିରି: ଦିନକୁ ଦିନ ବଢୁଛି ମାଓବାଦୀଙ୍କ ଲଙ୍କାକାଣ୍ଡ । କିଛି ଦିନର ବ୍ୟବଧାନ ପରେ ପୁଣି ଅଗ୍ନିକାଣ୍ଡ ଘଟାଇଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଲାବେଡାରେ ଏକ ନର୍ସରୀ ଜାଳି ଦେଇଛନ୍ତି ମାଓବାଦୀ ।
ନର୍ସରୀ ଜାଳିଦେଲେ ମାଓବାଦୀ; 20 ହଜାର ଚାରା ନଷ୍ଟ - moist burnt nursery
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଲାବେଡାରେ ଏକ ନର୍ସରୀ ଜାଳି ଦେଇଛନ୍ତି ମାଓବାଦୀ । ଅଧିକ ପଢନ୍ତୁ...
![ନର୍ସରୀ ଜାଳିଦେଲେ ମାଓବାଦୀ; 20 ହଜାର ଚାରା ନଷ୍ଟ ନର୍ସରୀ ଜାଳିଦେଲେ ମାଓବାଦୀ](https://etvbharatimages.akamaized.net/etvbharat/prod-images/768-512-11962788-thumbnail-3x2-mao.jpg)
ନର୍ସରୀ ଜାଳିଦେଲେ ମାଓବାଦୀ
ଘଟଣାସ୍ଥଳରୁ ମାଓପୋଷ୍ଟର ଜବତ ହୋଇଛି । ଅଗ୍ନିକାଣ୍ଡ ଘଟାଇବା ଫଳରେ ନର୍ସରୀରେ ଥିବା 20ହଜାରରୁ ଅଧିକ ଚାରା ପୋଡିଜଳି ପାଉଁଶ ହୋଇଛି । ତେବେ ଏହି କାଣ୍ଡ ମାଓବାଦୀ କି ଗ୍ରାମବାସୀ ଘଟାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମାଲକାନାଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ