ମାଲକାନଗିରି:କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକଙ୍କୁ ସମର୍ଥନ ଜଣାଇ ନକ୍ସଲ୍ପନ୍ଥୀମାନେ ଏକ ଚିଠି ଜାରି କରିଛନ୍ତି। ମୋଦି ସରକାର ପ୍ରଣୟନ କରିଥିବା କୃଷି ଆଇନ ବିରୋଧରେ ଦୀର୍ଘ ଏକମାସରୁ ଅଧିକ ଦିନ ହେବ ଚାଲି ଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ କରିବା ନିମନ୍ତେ ମାଓ ସଙ୍ଗଠନ ‘ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ୍ ଜୋନାଲ୍ କମିଟି’ (ଏଓବିଏସ୍ଜେଡ୍ସି) ନିଷ୍ପତ୍ତି ନେଇଛି।
‘ଏଓବିଏସ୍ଜେଡ୍ସି’ର ସଚିବ ଗଣେଶ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ଆର୍ଏସ୍ଏସ୍ ଆଇଟି ପ୍ରଫେସ୍ନାଲ୍ମାନେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ଆନ୍ଦୋଳନରେ ଭାଗ ନେଇ ସହିଦ ହୋଇଥିବା ଏବଂ ଆତ୍ମହତ୍ୟା କରିଥିବା ୪୦ରୁ ଅଧିକ କୃଷକମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।