ମାଲକାନଗିରି:ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ମାଓବାଦୀ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜିଲ୍ଲାର କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ 17ଟି ଗାଡ଼ିକୁ ଜାଳି ଦେଇଛନ୍ତି ମାଓବାଦୀ। କୁଏମାରିରେ ଜାରି ରହିଥିବା ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ି ଗୁଡ଼ିକୁ ଜାଳି ଦେଇଛନ୍ତି । କୁଏମାରି ଏରିଆ କମିଟି ମାଓ ସଙ୍ଗଠନ ପକ୍ଷରୁ ଏହି ଲଙ୍କାକାଣ୍ଡ ହୋଇଥିବା ଜଣାପଡ଼ିଛି ।
କୁଏମାରିରେ 20ରୁ 30 ସଶସ୍ତ୍ର ମାଓବାଦୀ ପହଞ୍ଚି ଏଭଳି ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ଖାଲି ସେତିକି ନୁହେଁ ରାସ୍ତାକାମରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । କୁଏମାରି ନିକଟରେ ରାସ୍ତା ନିର୍ମାଣ ପାଇଁ ଟି ପୋକ୍ଲିନ, 6 ଟି ହଇୱା,7 ଟି ଟ୍ରାକ୍ଟର, ଗୋଟିଏ ଟିପ୍ପର ଏବଂ ଗୋଟିଏ ଭାଇବ୍ରେଟମେସିନ ରହିଥିଲା। ତେବେ ଏହି ସମସ୍ତ ଗାଡ଼ି ଓ ଅନ୍ୟ ଉପକରଣକୁ ଜାଳି ଧ୍ବଂସ କରି ଦେଇଛନ୍ତି ମାଓବାଦୀ।