ଓଡିଶା

odisha

ଦନ୍ତେୱାଡା ନକ୍ସଲ ଆକ୍ରମଣ, ପୁଣି ଏକ ଚିଠି ଜାରି କଲା ମାଓ ସଂଗଠନ

By

Published : Apr 30, 2023, 12:46 PM IST

Updated : May 8, 2023, 9:12 AM IST

ଦନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣାରେ ପୁଣିଥରେ ଚିଠି ଜାରି କଲା ମାଓ ସଂଗଠନ । ପୋଲିସ ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ କଲା । ଅଧିକ ପଢନ୍ତୁ

ଦନ୍ତେୱାଡା ନକ୍ସଲ ଆକ୍ରମଣ
ଦନ୍ତେୱାଡା ନକ୍ସଲ ଆକ୍ରମଣ

ମାଲକାନଗିରି:ଦନ୍ତେୱାଡା ଆଇଡି ବିସ୍ଫୋରଣ ଘଟଣା ପରେ ଆଉ ଏକ ଚିଠି ଜାରି କରିଛି ମାଓବାଦୀ ସଂଗଠନ । ସାଉଥ୍ ସବ୍ ଜୋନାଲ ବ୍ୟୁରୋ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାଓବାଦୀ) ମୁଖପାତ୍ରଙ୍କ ପକ୍ଷରୁ ଏହି ଚିଠି ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି, ପ୍ରତି ଦୁଇ ତିନି କିଲୋମିଟର ଦୂରରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି । ଜନସାଧାରଣଙ୍କ ଉପରେ ପୋଲିସର ଆକ୍ରମଣ ନିତିଦିନିଆ ହୋଇଛି । ମାଓବାଦୀଙ୍କ ଉପରେ ବାରମ୍ବାର ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି । ବସ୍ତର ପୋଲିସ କେନ୍ଦ୍ରୀୟ ବାହିନୀ ସହ ମିଶି ମାଓବାଦୀ ନାଁରେ ସାଧାରଣ ଲୋକୋଙ୍କୁ ନିର୍ଯାତନା ଦେଉଛି ।

ଆହୁରି ମଧ୍ୟରେ ଚିଠିରେ କୁହାଯାଇଛି, ଗତ ଜାନୁୟାରୀ ୧୧ରେ ପୋଲିସ ଆକ୍ରମଣରେ କିଛି ମାଓବାଦୀ ପ୍ରାଣ ହରାଇଥିଲେ । ପୋଲିସର ଏହି ନିଷ୍ଠୁର ଆକ୍ରମଣକୁ ପ୍ରତିବାଦ କରି ଆଇଡି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ଘଟଣାରେ ସେହି ଅଞ୍ଚଳର କିଛି ନିରୀହ ଯୁବକଙ୍କୁ ପୋଲିସ ଘରୁ ଉଠାଇ ନେଇ ଅଯଥା ନିର୍ଯାତନା ଦେଉଥିବା ମାଓ ସଂଗଠନ ଚିଠିରେ କହିଛି । ଏହାସହିତ ରାଜ୍ୟରେ ଅନେକ ବିଭାଗରେ ବହୁ ପଦପଦବୀ ଖାଲି ପଡିଥିବା ବେଳେ ସେଥିରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । କିନ୍ତୁ କର୍ପୋରେଟର ସଂସ୍ଥାମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଅପରପକ୍ଷରେ ଆକ୍ରମଣ ଘଟିଥିବା ଅଞ୍ଚଳରେ ପୋଲିସ ଓ ସିଆରପିଏଫ ପକ୍ଷରୁ ଜୋରଦାର କୁମ୍ବିଂ ଅପରେସନ କରାଯାଇଛି ଏବଂ ବିସ୍ଫୋରଣ ସ୍ଥଳରେ ସୃଷ୍ଟି ହୋଇଥିବା ୮ରୁ ୧୨ ଫୁଟ ଗାତକୁ ପୋଲିସ ମାଟି ପକାଇ ସମତଳ କରିଛି । ଏଥିସହ ଏହି ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଛି । କିନ୍ତୁ ବିସ୍ଫୋରଣରେ ଉଡାଇ ଦିଆଯାଇଥିବା ଗାଡିର ଭଗ୍ନାଂଶ ଏବେ ବି ଛିନଛତ୍ର ଭାବେ ସେଠାରେ ପଡିରହିଛି ।

ଏହାମଧ୍ୟ ପଢନ୍ତୁ: ଦନ୍ତେୱାଡା ନକ୍ସଲ ଆକ୍ରମଣ, ନିଜକୁ ଦାୟୀ କଲା ଦରଭା ଡିଭିଜନ

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଦନ୍ତେୱାଡା ଅରନପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । ଏହି ସକାଳେ ଦନ୍ତେୱାଡା ପୋଲିସର ଡିଆରଜିଏ ଯବାନମାନେ ଆରାନପୁର ନିକଟ ଜଙ୍ଗଲରେ କୁମ୍ବିଂ ଅପେରସନ କରିଥିଲେ । ଅପରେସନ ସାରି ଫେରୁଥିବା ବେଳେ ବାଟରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ଏଥିରେ 10 ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ମାଲକାନଗିରି

Last Updated : May 8, 2023, 9:12 AM IST

ABOUT THE AUTHOR

...view details