ମାଲକାନଗିରି: ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ କଲେ ହତ୍ୟା । ଚିତ୍ରକୋଣ୍ଡା ବ୍ଲକ ଯଡାମ୍ବ ଗାଁର ବାସିନ୍ଦା ଦୀନବନ୍ଧୁ ବେପାରୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା, ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା - police informer in malkangiri
ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ କଲେ ହତ୍ୟା ।
![ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା, ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା police informer in malkangiri](https://etvbharatimages.akamaized.net/etvbharat/prod-images/768-512-6205074-thumbnail-3x2-mkg.jpg)
ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା, ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା
ସୂଚନା ଅନୁସାରେ, ଦୀନବନ୍ଧୁ ଜଣେ ବ୍ୟବସାୟୀ ଥିଲେ । ସେ ସୋମବାର ପରିବାର ସହ ଯଡାମ୍ବରୁ ପଣସପୁଟ ଯାଉଥିଲେ । ରାସ୍ତାରେ ମାଓବାଦୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଏହି ସମୟରେ କିଛି କାମ ଥିବା ଦର୍ଶାଇ ଦୀନବନ୍ଧୁକୁ ସେମାନେ ସାଙ୍ଗରେ ନେଇଯାଇଥିଲେ ।
ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା, ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା
ପରେ ଲାଲବାହିନୀ ତାଙ୍କୁ ପୋଲିସ ଇନଫର୍ମର ଦର୍ଶାଇ ଗଳାକାଟି ହତ୍ୟାକରୀ ଖଜୁରୀଗୁଡା ଜଙ୍ଗଲରେ ଫୋପାଡି ଦେଇଥିଲେ । ସେପଟେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯିବା ସହ ମୃତଦେହ ନେଇଆସିଛନ୍ତି । ତେବେ ଏହି ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।