ଓଡିଶା

odisha

ETV Bharat / state

ସୀମାନ୍ତରେ ମାଓ ପୋଷ୍ଟର, ସଙ୍ଗଠନରେ ସାମିଲ ପାଇଁ ଆହ୍ବାନ - ମାଲକାନଗିରି ରେ ମାଓ ତାଣ୍ଡବ

ମାଲକାନଗିରି ଓ ପଡୋଶୀ ରାଜ୍ୟ ସୁକୁମା ଜିଲ୍ଲାରେ ସକ୍ରିୟ ଥିବା କାଁକେର ଘାଟି ଏରିଆ କମିଟି(ସିପିଆଇ ଦରଭା ମାଓବାଦୀ ସଂଗଠନ) ପକ୍ଷରୁ ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର ଜାରି କରାଯାଇଛି ।

ସୀମାନ୍ତରେ ମାଓ ପୋଷ୍ଟର

By

Published : Oct 12, 2019, 10:36 PM IST

ମାଲକାନଗିରି: ଜିଲ୍ଲା ସୀମାନ୍ତରେ ଦୁର୍ବଳ ଥିବା ନକ୍ସଲ ସଙ୍ଗଠନକୁ ପୁଣିଥରେ ସକ୍ରିୟ କରିବାର ଉଦ୍ୟମ ଆରମ୍ଭ କରିଛି ଲାଲବାହିନୀ । ମାଲକାନଗିରି ଓ ପଡୋଶୀ ରାଜ୍ୟ ସୁକୁମା ଜିଲ୍ଲାରେ ସକ୍ରିୟ ଥିବା କାଁକେର ଘାଟି ଏରିଆ କମିଟି(ସିପିଆଇ ଦରଭା ମାଓବାଦୀ ସଂଗଠନ) ପକ୍ଷରୁ ମାଲକାନଗିରି ସୀମାନ୍ତରେ ପୋଷ୍ଟର ଲଗାଇ ସେପ୍ଟେମ୍ବର 21 କୁ ସଙ୍ଗଠନର ୧୫ ବର୍ଷ ପୂର୍ତ୍ତିକୁ ପ୍ରତ୍ୟେକ ଗ୍ରାମରେ ପାଳନ କରିବା ପାଇଁ ଜନତାଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରାଯାଇଛି ।

ବିଶେଷ କରି ଆଦିବାସୀ ଯୁବକ ଓ ଯୁବତୀଙ୍କୁ ନକ୍ସଲ ସଙ୍ଗଠନରେ ସାମିଲ ହେବା ପାଇଁ ଆହ୍ବାନ କରାଯାଇଛି । ଏହାସହ ବିଗତ ଦିନରେ ପୋଲିସ ଗୁଳିରେ ମୃତ୍ୟବରଣ କରିଥିବା ମାଓ କମ୍ରେଡ ପ୍ରତିଶୋଧ ନେବାକୁ ପୋଷ୍ଟରରେ ଉଲ୍ଲେଖ କରିଛି ଲାଲବାହିନୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବାକୁ କହିବା ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନିର୍ଦେଶରେ ସୁରକ୍ଷାବାହିନୀ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଥିବାର ଦର୍ଶାଇ ମାଓ ସଂଗଠନ ତାଙ୍କର ଇସ୍ତଫା ଦାବି କରିଛି । ଏହାସହ ସୀମାନ୍ତରେ କୁମ୍ବିଂ କରୁଥିବା ଯବାନଙ୍କୁ ମଧ୍ୟ ବିରୋଧ କରନ୍ତୁ ବୋଲି ସାଧାରଣ ଗ୍ରାମବାସୀଙ୍କ ଉଲ୍ଲେଖରେ ପୋଷ୍ଟରରେ ଲେଖାଯାଇଛି ।

ପୋଷ୍ଟର ସୀମାନ୍ତରେ ଲାଗିବା ପରେ ଅଞ୍ଚଳବାସୀ ଭୟରେ ରହିଥିବା ଜଣାପଡିଛି । ପୋଲିସ ପକ୍ଷରୁ ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ ନକରାଯାଏ ତାହା ହେଲେ ଆଗାମୀ ଦିନରେ ମାଓ ସଂଘଠନ ପକ୍ଷରୁ ଏକ ବଡ ଧରଣର ହିଂସା କାଣ୍ଡ ଘଟିବାର ଆଶଙ୍କା ରହିଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details