ଓଡିଶା

odisha

ETV Bharat / state

Maoist Dump found: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲା ମାଲକାନଗିରି ପୋଲିସ - Malkangiri police mao operation

ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କଲା (Maoist Dump found in Malkangiri ) ମାଲକାନଗିରି ଜିଲ୍ଲା ପୋଲିସ । ସୁରକ୍ଷା ବାହୀନିକୁ ଟାର୍ଗେଟ କରି ବିସ୍ଫୋରକ ଗଚ୍ଛିତ ରଖିଥିବା ଜଣାପଡିଛି। ଅଧିକ ପଢନ୍ତୁ

Maoist Dump found in Malkangiri
Maoist Dump found: ବିପୁଳ ମାଓ ସାମଗ୍ରୀ ଜବତ କଲା ମାଲକାନଗିରି ପୋଲିସ

By

Published : Dec 25, 2021, 4:34 PM IST

ମାଲକାନଗିରି: ପୋଲିସକୁ ପୁଣି ଏକ ବଡ ସଫଳତା। ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ (Maoist Dump found in Malkangiri ) କଲା ମାଲକାନଗିରି ଜିଲ୍ଲା ପୋଲିସ । ସୁରକ୍ଷା ବାହୀନିକୁ ଟାର୍ଗେଟ କରି ବିସ୍ଫୋରକ ଗଚ୍ଛିତ ରଖିଥିବା ଜଣାପଡିଛି।

Maoist Dump found: ବିପୁଳ ମାଓ ସାମଗ୍ରୀ ଜବତ କଲା ମାଲକାନଗିରି ପୋଲିସ

ଏକ ବିଶେଷ ସୂତ୍ରରୁ ମାଲକାନଗିରି ପୋଲିସ ନିକଟରେ ମାଓବାଦୀଙ୍କ ବିସ୍ପୋରକ ଗଚ୍ଛିତ ଥିବା ଖବର ଆସିଥିଲା। ଗୁଇନ୍ଦା ଖବରକୁ ଆଧାର କରି ମାଲକାନଗିର ଏସଓଜି ଓ ଡିଭିଏଫ ଯବାନ ଅପରେସନ ଲଞ୍ଚ କରାଯାଇଥିଲା। ମାଲକାନଗିରି ଜୋଡାମ୍ବ ଥାନା ଅନ୍ତର୍ଗତ ମରିବେଡା ଗ୍ରାମରେ ମାଓବାଦୀ ମାନେ ସୁରକ୍ଷା ବହିନୀଙ୍କୁ ଟାର୍ଗେଟ କରି ଏହି ବିସ୍ପୋରକ ସାମଗ୍ରୀ ଗଛିତ କରି ରଖିଥିବା ଜଣାପଡିଛି। ଯବାନ ମାନେ ସର୍ଚ୍ଚ ଅପରେସନ ସମୟରେ ଗୋଟିଏ ଜେନେରେଟର, ଗୁଳିବାକ୍ସ, କଡେ଼କ୍ସ ତାର ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ମାଟି ତଳୁ ଉଦ୍ଧାର କରିଛନ୍ତି।

ଏହି ଘଟଣା ପରେ ସ୍ୱାଭିମାନ ଅଞ୍ଚଳରେ କିମ୍ବିଂକୁ ଜୋରଦାର କରାଯାଇଥିବା ମାଲକାନଗିରି ଏସଡିପିଓ ଅଭିଳାଷ ଜି କହିଛନ୍ତି। ତେବେ ମାଲକାନଗିରିରେ ଦିନକୁ ଦିନ ମାଓ ଗତିବିଧି ହ୍ରାସ ପାଉଥିଲେ ମଧ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିବା ଚିନ୍ତାର କାରଣ ପାଲଟିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details