ଓଡିଶା

odisha

ETV Bharat / state

ମାଓ କ୍ୟାମ୍ପ ଧ୍ବଂସ, ବିପୁଳ ମାଓ ସାମଗ୍ରୀ ଜବତ - ବିପୁଳ ପରିମାଣର ମାଓସାମଗ୍ରୀ ଜବତ କଲା ପୋଲିସ

ଗୁରୁବାର ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ଗୟିଗୁଡା ଜଙ୍ଗଲରେ ପୋଲିସ ଓ ନକ୍ସଲ ପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟର ହୋଇଥିଲା । ଏହାର ଖୁଲାସା କରିଛନ୍ତି ମାଲକାନଗିରି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଓ କ୍ୟାମ୍ପ ଧ୍ବଂସ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ
ମାଓ କ୍ୟାମ୍ପ ଧ୍ବଂସ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

By

Published : Jan 17, 2020, 2:46 PM IST

ମାଲକାନଗିରି: ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟର ହୋଇଛି ଖୁଲାସା । ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ଗୟିଗୁଡା ଜଙ୍ଗଲରେ ପୋଲିସ ଓ ନକ୍ସଲ ପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟର ହୋଇଥିଲା । ଯାହାର ଖୁଲାସା କରିଛନ୍ତି କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ ।

ମାଓ କ୍ୟାମ୍ପ ଧ୍ବଂସ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ


ଗତ ଏକ ସପ୍ତାହ ଧରି ନକ୍ସଲ ସଂଗଠନର ୨୨ ଜଣ ସଦସ୍ୟ ବଣ୍ଡା ଘାଟିରେ ମାଓ କ୍ୟାମ୍ପ କରି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ପୋଲିସର ଗୁଇନ୍ଦା ବିଭାଗକୁ ଏହି ସୂଚନା ମିଳିବା ପରେ ମାଲକାନଗିରି ଏସ.ପି. ରିଷିକେଶ ଖିଲାରୀ ଓ ଏସ.ଡି.ପି.ଓ ପ୍ରହଲ୍ଲାଦ ମିନାଙ୍କ ନେତୃତରେ ଡିବିଏଫ, ଏସଓଜି ଓ ବି.ଏସ.ଏଫ ବାହିନୀର ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ପରେ ଜବାବରେ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ ।


ଯବାନଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁଁ ମାଓବାଦୀମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ହେଲେ ଘଟଣାସ୍ଥଳରେ ପୋଲିସ ତଲାସୀ ଆରମ୍ଭ କରିବାରୁ ନକ୍ସଲ ପନ୍ଥୀଙ୍କ ୨୨ ଟି କିଟ୍ ବ୍ୟାଗ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଯାହା ମଧ୍ୟରେ ଏ.କେ-୪୭ ବନ୍ଧୁକର ଗୁଳି, ଡିଟୋନିଟର, ଗନ ପାଉଡର, ଗ୍ରେନେଡ, ଲ୍ୟାଣ୍ଡମାଇନ, ମୋବାଇଲ ଫୋନ ଓ ନକ୍ସଲ ପ୍ରଚାର ପତ୍ର ରହିଛି । ନକ୍ସଲ ପନ୍ଥୀଙ୍କୁ ଧରିବା ଲାଗି ବଣ୍ଡା ଘାଟିରେ ବର୍ତ୍ତମାନ ସୁଦ୍ଧା କୁମ୍ବିଂ ଅପରେସନ ଚାଲିଥିବା ଡି.ଆଇ.ଜି ସଫିନ ଅହମ୍ମଦ କେ କହିଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details