ମାଓ ତାଣ୍ଡବ: ଉଡାଇଲେ ପଞ୍ଚାୟତ ଅଫିସ, 20ରୁ30 ମାଓବାଦୀ ସଂପୃକ୍ତି ନେଇ ସୂଚନା - mathili

2019-05-18 07:55:21
ମାତିଲେ ମାଓବାଦୀ । ପଞ୍ଚାୟତ ଅଫିସକୁ ବିସ୍ଫୋରଣ କରି ଉଡାଇଲେ । ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷାକର୍ମୀ ।
ମାଲକାନଗିରି: ଭୋଟ ଗଣତି ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନିଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲିରେ ଭିଆଇଛନ୍ତି ବର୍ବରକାଣ୍ଡ । ସରକାରଙ୍କୁ ଟାର୍ଗେଟ କରି ପଞ୍ଚାୟତ ଅଫିସ ବିସ୍ଫୋରଣ କରି ଉଡାଇଛନ୍ତି ମାଓବାଦୀ ।
ଏହି ଘଟଣାରେ 20 ରୁ 30 ଜଣ ମାଓବାଦୀ ସମ୍ପୃକ୍ତ ଥିବାବେଳେ ଏହି କାଣ୍ଡ ପଛରେ ଦରଭା ମାଓ ସଙ୍ଗଠନର ହାତ ଥିବା ଜଣାପଡିଛି । ମାଓବାଦୀଙ୍କ ଏହି ତାଣ୍ଡବ ଲୀଳା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି । ତେବେ ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଲାଗିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ