ମାଲକାନଗିରି: ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଧ୍ବଂସ ହେଲା ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ । କୁମ୍ବିଂ ଅପରେସନ ସମୟୟରେ ଏହାକୁ ବୋମାରେ ଉଡାଇ ଦେଇଛି ସୁରକ୍ଷା ବାହିନୀ। ସହିଦ ସ୍ତମ୍ଭ ପାଖରେ ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ମାଓ ସଙ୍ଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲେ ମାଓବାଦୀ। ଏ ସମ୍ପର୍କରେ ଖବର ମିଳିବା ପରେ ଡିଆରଜି ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରରେସନ।
ସୀମାନ୍ତରେ ଧ୍ବଂସ ହେଲା ମାଓବାଦୀଙ୍କ ସହୀଦ ସ୍ମୃତିସ୍ତମ୍ଭ - Mao sahid pillar blast
ମାଲକାନଗିରି ସୀମାନ୍ତରେ ଧ୍ବଂସ ହେଲା ମାଓବାଦୀଙ୍କ ସହିଦ ସ୍ମୃତିସ୍ତମ୍ଭ। ଏହା ମାଧ୍ୟମରେ ଆଦିବାସୀଙ୍କୁ ମାଓସଙ୍ଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିଲେ ମାଓବାଦୀ।
ସୀମାନ୍ତରେ ଧ୍ବଂସ ହେଲା ମାଓବାଦୀଙ୍କ ସହୀଦ ସ୍ମୃତି ସ୍ତମ୍ଭ
ମାଲକାନଗିରି ସୀମାନ୍ତ ପଡୋଶୀ ଛତିଶଗଡର ଦାନ୍ତେୱାଡା ପୋଟାଲ୍ଲି ମିଲ୍ଲକମ ପାରା ଅଞ୍ଚଳରେ ମାଓବାଦନିଜ କମ୍ରେଡ ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଓ ସ୍ମତିସ୍ତମ୍ଭ ନିର୍ମାଣ କରିଥିଲେ । ସେପଟେ କିଛି ଦିନର ନୀରବତା ପରେ ପୁଣି ଛତିଶଗଡରେ ମୁଣ୍ଡ ଟେକି ଥିବା ଲାଲବାହିନୀକୁ ନିପାତ କରିବା ପାଇଁ ଅପରେସନ ଅଲଆଉଟ ଆରମ୍ଭ ହୋଇଥିବା ଜଣାପଡିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ