ଓଡିଶା

odisha

ETV Bharat / state

Mao Poster in Malkangiri: ପୋଷ୍ଟର ଲଗାଇ ଚେତାବନୀ ଦେଲା ଲାଲବାହିନୀ - ମାଲକାନଗିରିରେ ମାଓ ପୋଷ୍ଟର

ବହୁଦିନ ବ୍ୟବଧାନ ପରେ ନିଜ ଉପସ୍ଥିତି ଜାହିର କଲା ଲାଲବାହିନୀ । ନିରୀହ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ଅଧିକ ପଢ଼ନ୍ତୁ

Mao Poster spotted in malkangiri
Mao Poster in Malkangiri: ପୋଷ୍ଟର ଲଗାଇ ଚେତାବନୀ ଦେଲା ଲାଲବାହିନୀ

By

Published : Jun 7, 2022, 2:00 PM IST

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ନିଜ ଉପସ୍ଥିତି ଜାହିର କଲା ଲାଲବାହିନୀ । ନିରୀହ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଲେଖାଯାଇଛି ।

Mao Poster in Malkangiri: ପୋଷ୍ଟର ଲଗାଇ ଚେତାବନୀ ଦେଲା ଲାଲବାହିନୀ

ମିତ୍ତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ମଧ୍ୟ ବିରୋଧ କରାଯାଇଛି । ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋର ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି । ଏହାକୁ ବନ୍ଦ କରାନଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛି ଲାଲ ବାହିନୀ । ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂଶଲ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ପରୀକ୍ଷା କରିଥିଲେ । ଡିଜିଙ୍କ ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ପୋଷ୍ଟର ଲାଗିବା ଏବେ ଜିଲ୍ଲା ପୋଲିସ ପାଇଁ ଚିନ୍ତାର ବିଷୟ ପଲଟିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details