ମାଲକାନଗିରି:ତୁଳସୀ ପାହାଡରେଅପରେସନ ପରେ ବିପୁଳ ମାଓସାମଗ୍ରୀ ଜବତ । ତୁଳସୀ ପାହାଡରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହାପରେ ପୋଲିସ ଚଢାଉକୁ ଜୋରଦାର କରିଥିଲା । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।
ମାଲକାନଗିରିରେ ମାଓ ଗତିବିଧି ଉପରେ କଡା ନଜର ରଖିଛି ସୁରକ୍ଷା ବାହିନୀ । ଅକ୍ଟୋବର 14 ତାରିଖ ରାତିରେ ତୁଳସୀ ପାହାଡରେ ମାଓବାଦୀ କ୍ୟାଡରମାନେ ଏକାଠି ହୋଇଥିଲେ ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ । ଏହାପରେ ମାଓବାଦୀ ଶିବିର ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଅପରେସନରେ SOG, DVF ଏବଂ BSF ମିଳିତ କମ୍ବିଂ ଅପରେସନ୍ କରିଥିଲା। ଅକ୍ଟୋବର 15 ତାରିଖ ସକାଳୁ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା ଏବଂ ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହା ପରେ ସେଠାରେ ସର୍ଚ୍ଚ କରିବାରୁ ବହୁ ମାଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ସାହି ମୀନା ସୂଚନା ଦେଇଛନ୍ତି।