ଓଡିଶା

odisha

ମାଲକାନଗିରି ସୀମାନ୍ତରେ ମାଓ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

By

Published : Dec 16, 2020, 8:07 PM IST

ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମାରେ ମାଓ ଏନକାଉଣ୍ଟର। ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

Mao encounter at Malkangiri border one naxal dead
ମାଲକାନଗିରି ସୀମାନ୍ତରେ ମାଓ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମାରେ ମାଓ ଏନକାଉଣ୍ଟର। ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସୁକମା ଜିଲ୍ଲା ରାଜପେଣ୍ଟା ଜଙ୍ଗଲରେ କମ୍ବିଂ ଅପରେସନବେଳେ ଏହି ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । DRG ସୁକମା, 223 ବାଟାଲିୟନ ଓ CRPF ସୁରକ୍ଷାକର୍ମୀ ମିଳିତ ଭାବରେ ଏହି ଅପରେସନ ଚଳାଇଥିଲେ।

ମାଲକାନଗିରି ସୀମାନ୍ତରେ ମାଓ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ସୁକମା ଜିଲ୍ଲାର ଜାଗରଗୁଣ୍ଡାଠାରୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ମିଲିୟାମ୍ପାଲୀ-ରାଜପେଣ୍ଟା ନିକଟରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ସେଠାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସର୍ଚ୍ଚ ଅପରେସନବେଳେ ମାଓ ପୋଷାକରେ ଥିବା ଜଣେ ପୁରୁଷ ମାଓବାଦୀ କ୍ୟାଡର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ପୋଲିସ।

ମାଓ ଏନକାଉଣ୍ଟର ହୋଇଥିବା ସ୍ଥାନରୁ ୱାନ ବ୍ୟାରେଲ ଗ୍ରେନେଡ ଲଞ୍ଚର ଅସ୍ତ୍ର, ଗୋଟିଏ ଲୋଡିଂ ରାଇଫଲ, ରକେଟ ସେଲ, ବହୁ ପରିମାଣର ଗୁଳି ଏବଂ ମାଓବାଦୀଙ୍କ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଏନକାଉଣ୍ଟରରେ ପ୍ରାଣ ହରାଇଥିବା ନକ୍ସଲଙ୍କ ପରିଚୟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details