ଓଡିଶା

odisha

ETV Bharat / state

କୋରୋନାରେ ମାଓବାଦୀଙ୍କ ମୃତ୍ୟୁ, ମାଓ କ୍ୟାମ୍ପରୁ ମିଳିଲା ପ୍ରମାଣ

କୋରୋନା ସଂକ୍ରମିତ ହୋଇ ମାଓବାଦୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଛନ୍ତି । ଛତିଶଗଡ଼ର ବିଜାପୁର ଜିଲ୍ଲାର ପାଲନାର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବସ୍ତ ହେବା ପରେ ଏହାର ପ୍ରମାଣ ମିଳିଛି । ଅଧିକ ପଢ଼ନ୍ତୁ...

By

Published : May 11, 2021, 5:43 PM IST

କୋରୋନାରେ ମାଓବାଦୀଙ୍କ ମୃତ୍ୟୁ, ମାଓ କ୍ୟାମ୍ପରୁ ମିଳିଲା ପ୍ରମାଣ
କୋରୋନାରେ ମାଓବାଦୀଙ୍କ ମୃତ୍ୟୁ, ମାଓ କ୍ୟାମ୍ପରୁ ମିଳିଲା ପ୍ରମାଣ

ମାଲକାନଗିରି: ରାଜ୍ୟରେ ହୁହୁ ହୋଇ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଧନୀ, ଗରିବ, ଭଲ ଓ ମନ୍ଦ ମଣିଷ ମାନୁନାହିଁ ମହାମାରୀ କୋରୋନା । ମହାମାରୀର ମହାପ୍ରକୋପରୁ ମାଓବାଦୀ ବି ବାଦ ପଡ଼ି ନାହାନ୍ତି । କୋରୋନା ସଂକ୍ରମିତ ହୋଇ ମାଓବାଦୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଛନ୍ତି । ଛତିଶଗଡ଼ର ବିଜାପୁର ଜିଲ୍ଲାର ପାଲନାର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବସ୍ତ ହେବା ପରେ ଏହାର ପ୍ରମାଣ ମିଳିଛି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାର ପାଲନାର ଜଙ୍ଗଲରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ବଡ଼ ଧରଣର ମାଓ କ୍ୟାମ୍ପ ରହିଥିଲା । ଏହି କ୍ୟାମ୍ପ ଉପରେ ଚଢ଼ାଉ ଜିଲ୍ଲା ପୋଲିସ ଚଢ଼ାଉ କରି ଅନେକ ମାଓ ସାମଗ୍ରୀ ଜବତ କରିଛି । ସେଥିମଧ୍ୟରେ କୋରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ମାଓବାଦୀଙ୍କ ତାଲିକା ପୋଲିସ ହାତରେ ଲାଗିଛି ।

ଏହା କେବଳ ଏକ ତାଲିକା ନୁହେଁ ବରଂ ମାଓବାଦୀଙ୍କୁ କିଛି ବିଶେଷ ତଥ୍ୟ ମଧ୍ୟ ରହିଛି । କୋରୋନା ସଂକ୍ରମଣ ଭୟରେ କିଛି ମାଓବାଦୀ କ୍ୟାମ୍ପ ଛାଡ଼ିଥିବା ଏଥିରେ ଉଲ୍ଲେଖ ରହିଛି । ଏହି ଚିଠି ପରେ ସ୍ପଷ୍ଟ ହୋଇଛି ମହାମାରୀରେ ମାଓ ସଂଗଠନ ମଧ୍ୟ ପ୍ରଭାବିତ ହୋଇଛି । ଏହାଛଡ଼ା ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ ।

ରାଜ୍ୟରେ କୋରୋନା ସଂକ୍ରମଣ ଉପର ମୁହାଁ ରହିଛି । ଏହାକୁ ନେଇ ରାଜ୍ୟ ସରକାର ବାରମ୍ବାର ଲୋକଙ୍କ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଉଛି । ଦୁଇଟି ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏଥିରେ ଖିଲାପ କଲେ ମୋଟା ଅଙ୍କର ଜୋରିମାନା ଆଦାୟ ହେଉଛି । ଦ୍ବିତୀୟ ଲହର କୋରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details