ଓଡିଶା

odisha

ETV Bharat / state

ମାଲକାନଗିରିରେ ଗଡୁଛି ମାଓଗଡ, ପୋଲିସ ନିକଟରେ 500 ମିଲିସିଆଙ୍କ ଆତ୍ମ ସମର୍ପଣ - ମାଲକାନଗିରି ପୋଲିସ ବିଏସ୍‌ଏଫ୍‌

୧୫୦ ଜଣ ମାଓ ମିଲିସିଆ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ( Maoist supporters surrendered in Malkangiri) । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ଗଡ଼ୁଛି ମାଓଗଡ଼, ପୋଲିସ ନିକଟରେ ୧୫୦ ମାଓ ମିଲିସିଆଙ୍କ ଆତ୍ମ ସମର୍ପଣ
ମାଲକାନଗିରିରେ ଗଡ଼ୁଛି ମାଓଗଡ଼, ପୋଲିସ ନିକଟରେ ୧୫୦ ମାଓ ମିଲିସିଆଙ୍କ ଆତ୍ମ ସମର୍ପଣ

By

Published : Aug 22, 2022, 5:05 PM IST

Updated : Aug 22, 2022, 10:11 PM IST

ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓଗଡ଼ । ସୋମବାର 500 ଜଣ ମାଓ ମିଲିସିଆ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ( Maoist supporters surrendered in Malkangiri) । ଆତ୍ମସମର୍ପଣ କରିଥିବା ମିଲିସିଆ ପୋଲିସ ସହ ମିଶି ମାଓବାଦୀଙ୍କ ଶହୀଦ ସ୍ତମ୍ଭକୁ ଭାଙ୍ଗିଛନ୍ତି ।

ମାଲକାନଗିରିରେ ଗଡ଼ୁଛି ମାଓଗଡ଼, ପୋଲିସ ନିକଟରେ ୧୫୦ ମାଓ ମିଲିସିଆଙ୍କ ଆତ୍ମ ସମର୍ପଣ

ଆତ୍ମସମର୍ପଣ କରିଥିବା ସମସ୍ତ ମିଲିସିଆ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଲେଗେଡ଼ା ପଞ୍ଚାୟତ ଓ ଧୂଳିପୁଟ ପଞ୍ଚାୟତ ବାସିନ୍ଦା ବୋଲି ଜଣାପଡ଼ିଛି । ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ଓ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ହୋଇ ଏମାନେ ହିଂସାର ପଥକୁ ତ୍ୟାଗ କରିଛନ୍ତି । ଆଜି ଆତ୍ମ ସମର୍ପଣ କରିବା ପରେ ମାଓବାଦୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି 500 ମାଓ ସମର୍ଥକ । ଦୀର୍ଘ ଦିନ ପରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରୁ ଏତେ ସଂଖ୍ୟାରେ ମିଲିସିଆ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି ।

ମାଲକାନଗିରିରେ ଗଡୁଛି ମାଓଗଡ, ପୋଲିସ ନିକଟରେ 500 ମିଲିସିଆଙ୍କ ଆତ୍ମ ସମର୍ପଣ

ଏହି ଅବସରରେ ଏଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆତ୍ମ ସମର୍ପଣ କରିଥିବା ସମସ୍ତ ମିଲିସିଆଙ୍କୁ ଘର ୱାପସି ଯୋଜନାରେ କ୍ରୀଡ଼ା ଉପକରଣ, ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଉଦ୍ଦିଷ୍ଟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଇ ଜବ୍‌ କାର୍ଡ ବଣ୍ଟନ କରାଯାଇଛି । ଏହି କ୍ରମରେ ମାଲକାନଗିରି ପ୍ରଶାସନ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍‌ କରାଯାଇଛି ।

ଏହାକୁ ନେଇ ମାଲକାନଗିରି ଏସ୍‌ପି ନୀତିଶ ୱଧ୍ବନୀ କହିଛନ୍ତି, "ଆଜି ରାଲେଗେଡ଼ା ପଞ୍ଚାୟତ ଓ ଧୂଳିପୁଟ ପଞ୍ଚାୟତର ୧୫୦ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ବିକାଶମୂଳକ ଯୋଜନାରେ ସାମିଲ ହେବାକୁ ସେମାନେ ହିଂସା ପଥ ତ୍ୟାଗ କରିଛନ୍ତି । ଏଥିପାଇଁ ସେମାନେ ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ଶହୀଦ ସ୍ତମ୍ଭକୁ ଭାଙ୍ଗିଛନ୍ତି ।"

Last Updated : Aug 22, 2022, 10:11 PM IST

ABOUT THE AUTHOR

...view details