ଓଡିଶା

odisha

ETV Bharat / state

ମାଲକାନିଗିରିରେ ମାଓକ୍ୟାମ୍ପ ଠାବ, ରକେଟ୍‌ ଲଞ୍ଚର ସମେତ ବହୁ ବିସ୍ଫୋରକ ଜବତ - ରକେଟ୍‌ ଲଞ୍ଚର

ମାଲକାନିଗିରିରେ ମାଓକ୍ୟାମ୍ପ ଠାବ । ବହୁ ବିସ୍ଫୋରକ ସାମଗ୍ରୀ ଜବତ କଲା ବିଏସଏଫ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 7, 2023, 10:08 PM IST

ମାଲକାନଗିରି:ପୁଣି ଜିଲ୍ଲାରେ ଠାବ ହେଲା ମାଓ କ୍ୟାମ୍ପ । ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନ ସୋମବାର ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବୋଡିଲୁଗୁଡ଼ା-ବୃନ୍ଦାମାମ୍‌ଡି ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରିଛନ୍ତି । ୧୪୨ ବାଟାଲିଅନ ବିଏସଏଫର ଯବାନମାନେ ସର୍ଚ୍ଚ ଅପରେସନ ସମୟରେ ଭେଜାଙ୍ଗିଗୁଡ଼ା ସଂରକ୍ଷିତ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ କରିଛନ୍ତି । ଏଥିରେ ବିସ୍ଫୋରକ ସାମଗ୍ରୀ ଓ ରକେଟ୍‌ ଲଞ୍ଚର ଥିବା ନେଇ ବିଏସଏଫ ପକ୍ଷରୁ ଏକ ପ୍ରେସନୋଟ ଦ୍ବାରା ସୂଚନା ପ୍ରଦାନ କରାଯାଇଛି ।

ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ, ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଯବାନମାନେ ଭେଜାଙ୍ଗିଗୁଡ଼ା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚଅପରେସନ କରିଥିଲେ । ଅପରେସନ ସମୟରେ ମାଓ କ୍ୟାମ୍ପରୁ ଗୋଟିଏ ୩୦୩ ରାଇଫଲ୍‌, ୧୧ଟି ବ୍ୟାରେଲ, ଗୋଟିଏ ପତ୍ରିକା, ୧୫ଟି ହ୍ୟାଣ୍ଡ ଗ୍ରେନେଡ ଇମ୍ପ୍ରୁଭାଇଜ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ସହ ଚାବି, ୩ଟି ଦେଶୀ ବନ୍ଧୁକ, ୨ଟି ୫୧ଏମ୍‌ଏମ୍‌ ମୋଟାର ବୋମା, ଗୋଟିଏ ଗ୍ୟାସ ୱେଲଡିଂ ମେସିନ, ୧୧୨ଟି ଡ୍ରିଲ ବିଟ୍‌, ୪୨ଟି ୩୦୩ ଜୀବନ୍ତ କ୍ୟାଟରିଡେଜ୍‌, ୨୫୦ମିଟର ବିଦ୍ୟୁତ୍‌ ତାର, ‌ଗୋଟିଏ ଦେଶୀ ରକେଟ୍‌ ଲଞ୍ଚର, ୭ଟି ଚାର୍ଜର କ୍ଲିପ୍‌, ଗୋଟିଏ ଗ୍ୟାସ ରେଗୁଲେଟର ନୋଜେଲ ସେଟ୍‌, ୧୧ଟି ଆଇରନ୍‌ ୱେଟ୍‌, ୨୯ଟି ଜି‌ଲାଟିନ୍‌ ଷ୍ଟିକ୍‌, ୫ ପ୍ୟାକେଟ ଆଲୁମିନିୟମ୍‌ ନାଇଟ୍ରେଡ୍‌, ୩୦ଟି ଇଲେକ୍ଟ୍ରି ଡିଟୋନେଟର ଓ ୯ଟି ସିନ୍ଥେଟିକ୍‌ ୱେଷ୍ଟ ବେଲ୍ଟ ଜବତ ହୋଇଛି ।

ଏହା ବି ପଢନ୍ତୁ- ମାଲକାନଗିରିରେ ମାଓ ଡମ୍ପ ଠାବ: ବିପୁଳ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ସୂଚନା ଥାଉ କି ଗତ ଜୁଲାଇ ୧୦ ତାରିଖରେ କାଲିମେଳା ଥାନା ଅନ୍ତର୍ଗତ ବୋଡିଗେଟା ପଞ୍ଚାୟତର ମାରିଗେଟା ଗ୍ରାମ ନିକଟ ଗୋମଫାକୋଣ୍ଡା ରିଜର୍ଭ ଜଙ୍ଗଲରେ ଏକ ମାଓ ଡମ୍ପ ଠାବ କରିବାରେ ସୁରକ୍ଷା ବଳକୁ ସଫଳତା ମିଳିଥିଲା । BSF ଯବାନମାନେ ଏକ ମାଓବାଦୀ ଡମ୍ପ ସମ୍ପର୍କରେ ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାଟି ତଳେ ପୋତାଯାଇଥିବା ମାଓ ବ୍ଯବହୃତ ବିସ୍ଫୋରକଗୁଡିକୁ ଖୋଳି ବାହାର କରାଯାଇଥିଲା ।

ଏହା ବି ପଢନ୍ତୁ- ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଏହି ସାମଗ୍ରୀ ମଧ୍ୟରେ ବିପୁଳ ବିସ୍ଫୋରକ ଓ ମାଓବାଦୀଙ୍କୁ ପୁସ୍ତିକା ଓ ଅନ୍ୟ ସାମଗ୍ରୀ ମଧ୍ୟ ରହିଥିଲା । ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲ ମଧ୍ଯରେ ସକାଳୁ ଏକ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲର ଏକ ସ୍ଥାନରେ ମାଟିତଳେ ପୋତାଯାଇଥିବା ବହୁ ବିସ୍ଫୋରକ ଉଦ୍ଧାର କରିବାରେ BSF ଟିମ ସଫଳ ହୋଇଥିଲେ । ଏହି ଜବତ ବିସ୍ଫୋରକ ମଧ୍ଯରେ 20ଟି ଇମ୍ପ୍ରୋଭାଇଜଡ୍ ହ୍ୟାଣ୍ଡ୍ ଗ୍ରେନେଡ୍, 108 ଜେଲାଟିନ୍ ଷ୍ଟିକ୍, 25ଟି ଇଲେକ୍ଟ୍ରିକ୍ ଡିଟୋନେଟର, 4ଟି ବଣ୍ଡଲ୍ ସୁରକ୍ଷା ଫ୍ୟୁଜ୍, 10ଟି ନକ୍ସଲଙ୍କ ସିନ୍ଥେଟିକ୍ ବେଲ୍ଟ, 9ଟି ତାର ବଣ୍ଡେଲ୍ ଏବଂ ହୁଇସିଲ୍, 2ଟି ନକ୍ସଲଙ୍କ ବିଚାରଧାରା ଲିଖିତ ପୁସ୍ତକ ରହିିଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details