ମାଲକାନଗିରି: ଜିଲ୍ଲାର ତାର୍ଲାକୋଟାଠାରେ ଆଳି ଚଳିତ ବର୍ଷର ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ହୋଇଛି । ଏହାକୁ ମାଲକାନଗିରି ଜିଲ୍ଲାପାଳ ଡଃ.ୱାଇ ବିଜୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋରୁକୋଣ୍ଡା ବ୍ଲକର ଅଧ୍ୟକ୍ଷା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୋରୁକୋଣ୍ଡା ବି.ଡି.ଓ ଅଂଶୁମାନ ମହାପାତ୍ର ଯୋଗ ଦେଇଥିଲେ । ପୂର୍ବରୁ ବ୍ୟବସାୟୀମାନେ କମ ମୂଲ୍ୟରେ କ୍ରୟ କରି ଅଧିକ ଲାଭ ପାଉଥିଲେ । ବର୍ତ୍ତମାନ ଚାଷୀମାନେ ଏହାଦ୍ବାରା ଉଚିତ ମୂଲ୍ୟ ପାଇବେ ଓ ଏହି ମାଣ୍ଡିଆ ମିଶନର ଏକ ଅଂଶ ବିଶେଷ ବୋଲି କହିଥିଲେ । ସରକାରଙ୍କ ଦ୍ବାରା ମାଣ୍ଡିଆ କୁଇଣ୍ଟାଲ ପିଛା ୩୧୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୩୨୯୫ ଧାର୍ଯ୍ୟ କରାଯାଇଛି ।