ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ସୁଖଧର ଗାବଡେ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ପାଲୁରମେଟା ଗାଁ ବାସିନ୍ଦା ।
ବିଳମ୍ବିତ ରାତିରେ ପାଲୁରମେଟା ଗାଁକୁ 15 ରୁ 20 ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ । ଏହାପରେ ସୁଖଧର ଗାବଡେଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ପ୍ରଜା କୋର୍ଟରେ ଧାରୁଆ ଅସ୍ତ୍ରରେ ସୁଖଧରଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଛନ୍ତି । ଏହାକୁ ନେଇ କାଙ୍କେର ଏସପି ସୂଚନା ଦେଇଛନ୍ତି ।