ମାଲକାନଗିରି: ନାଳରେ ପଡି ଜଣେ ବ୍ୟକ୍ତି ମୃତ ଘଟିଛି। ମୃତକ ହେଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳ ଅଧିନସ୍ଥ ରାଲେଗାଡ଼ା ପଞ୍ଚାୟତର ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି। ମୃତକ ନିକଟସ୍ଥ ଗ୍ରାମ ଟେକପଦରକୁ ଯିବାପାଇଁ ନାଳ ପାର ହେଉଥିଲେ। ହେଲେ ଏହି ସମୟରେ ନାଳର ଜଳ ସ୍ରୋତ ଯୋଗୁଁ ସେ ଭାରସାମ୍ୟ ହରାଇ ଏହା ମଧ୍ୟକୁ ଖସି ପଡିଥିଲେ। ପହଁରି ନପାରିବାରୁ ଗୁରୁ ଭାସି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ନାଳ ପାରି ହେବାବେଳେ ଚାଲିଗଲା ଜୀବନ - deadbody found in canal in malkangir
ମାଲକାନଗିରିର ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳ ଅଧିନସ୍ଥ ରାଲେଗାଡ଼ା ପଞ୍ଚାୟତର ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ସ୍ଥାନୀୟ ନାଳରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ଗୁରୁ ପାଙ୍ଗୀ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ସରକାରୀ ସହାୟତା ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏପଟେ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ
Last Updated : Nov 1, 2019, 11:50 AM IST