ମାଲକାନଗିରି: ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅଞ୍ଚଳର ନୀଳାଦ୍ରିନଗର କଲେଜ ହଷ୍ଟେଲ ନିକଟରେ ଥିବା ବିଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ନିର ସାମନ୍ତରାୟ ବୋଲି ଜଣାପଡିଛି ।
ସୂତନା ଅନୁଯାୟୀ, ଗତ 6 ଦିନ ହେବ ଘରୁ ଚାଷକାମ ପାଇଁ ଆସି ନିର ନିଖୋଜ ହୋଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇ ଅର୍କେଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।