ଓଡିଶା

odisha

ETV Bharat / state

25ବର୍ଷର ଅତୁଟ ସମ୍ପର୍କ: ମଣିଷ ପ୍ରେମରେ ଜଙ୍ଗଲୀ ବାରହା, ଡାକିଦେଲେ ଧାଇଁ ଆସୁଛି, ବିସ୍କୁଟ-ଚକୋଲେଟ୍ ଖାଉଛି

ମଣିଷ ପ୍ରେମରେ ପଡିଛି ଜଙ୍ଗଲୀ ବାରହା । ଦର୍ଘ ୨୫ ବର୍ଷ ହେବ ପୋଷାମନାଇ ରଖିଛନ୍ତି ମାଲକାନଗିରିର ଜଣେ ମନ୍ଦିର ପୂଜକ ମହେନ୍ଦ୍ର । ଜଙ୍ଗଲୀ ବାରହାଟି ମଣିଷଙ୍କ ପରି ଆଇସ୍‌କ୍ରିମ୍ , ବିସ୍କୁଟ , ଚକୋଲେଟ୍ ମଧ୍ୟ ଖାଉଛି । ଅଦିକ ପଢନ୍ତୁ

By

Published : May 21, 2022, 4:03 PM IST

ମଣିଷ ପ୍ରେମରେ ଜଙ୍ଗଲୀ ବାରହା, ୨୫ ବର୍ଷ ହେଲା ପୋଷା ମାନିଛି
ମଣିଷ ପ୍ରେମରେ ଜଙ୍ଗଲୀ ବାରହା, ୨୫ ବର୍ଷ ହେଲା ପୋଷା ମାନିଛି

ମାଲକାନଗିରି:ସଭ୍ୟ ଶିକ୍ଷିତ ସମାଜର ମଣିଷମାନେ ବଡ଼ ହୋଇ ନିଜ ଜନ୍ମକଲା ମା’ ବାପାଙ୍କୁ ଭୁଲିଯାଉଛନ୍ତି । ବୃଦ୍ଧାବସ୍ଥା ବେଳେ ସେମାନଙ୍କୁ ହତାଦର କରି ପର କରିଦେଉଛନ୍ତି । ନିଜ ପିଲାମାନେ ବାପା ମାଆଙ୍କୁ ଅଲୋଡ଼ା କରିଦେଉଥିବା ବେଳେ ଜଙ୍ଗଲର ପଶୁ ବାରହା ମଣିଷ ପ୍ରେମରେ ବାନ୍ଧି ହୋଇଯାଇଛି । ଯାହା ମାଲକାନଗିରି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମଣିଷ ପ୍ରେମରେ ଜଙ୍ଗଲୀ ବାରହା, ୨୫ ବର୍ଷ ହେଲା ପୋଷା ମାନିଛି

ଜଗନ୍ନାଥ ମନ୍ଦିର ସାହିର ମହେନ୍ଦ୍ର ପାତ୍ରଙ୍କ ନିକଟରେ ପୋଷା ମାନିଛି ଏକ ଜଙ୍ଗଲୀ ବାରହା । ଏହି ବାରହାଟିକୁ ନିଜର ଭଳି ମହେନ୍ଦ୍ରଙ୍କ ପାଖେପାଖେ ଘୁରି ବୁଲୁଛି । ୨୫ ବର୍ଷ ତଳେ ବନ୍ୟା ଜଳରୁ ଛାଣି ଆଣି ବାରହା ଛୁଆଟିକୁ ଆଶ୍ରୟ ଦେଇଥିଲେ ମହେନ୍ଦ୍ର ଓ ଏହାର ନା ରଖିଥିଲେ ରାଜୁ । ରାଜୁ ବୋଲି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସୁଛି । ଆଉ କର ଛାଡି ଯିବାକୁ ମଧ୍ୟ ଇଚ୍ଛା କରୁନି । ଲାଗୁଛି ଯେମିତି ବାପା ପୁଅଙ୍କ ସମ୍ପର୍କ ଠାରୁ ଏହା ଅତି ନିବିଡ । ଆ’ କହିଲେ ଆସୁଛି ଓ ଖା’ କହିଲେ ଖାଉଛି ଏହି ଜଙ୍ଗଲୀ ବାରହା ।

ଛୋଟବେଳେ ରାଜୁ ଛେଳିମେଣ୍ଢାଙ୍କ ପଲ ଭିତରେ ରହି ବଡ଼ ହୋଇଛି । ମାଙ୍କ ମନ୍ଦିରରେ ଭୋଗ ଲାଗିବା ପରେ ରାଜୁ ଖାଇବୁ ଆ’ କହି ଡାକିଦେଲେ ସେ ଯେଉଁଠି ଥିଲେ ବି ଧାଇଁ ଆସେ । ଆଉ ମହେନ୍ଦ୍ର ରାଜୁକୁ ପ୍ରସାଦ ଖୁଆଇ ଆଉଁଶି ଦିଅନ୍ତି । ପୁଅ ଭଳି ସ୍ନେହ ଆଦର ପାଇ ମହେନ୍ଦ୍ରଙ୍କ ଆଗପଛରେ ଘୂରି ବୁଲେ ରାଜୁ । ମହେନ୍ଦ୍ର ହେଉଛନ୍ତି ମା ମଙ୍ଗଳାଙ୍କ ମନ୍ଦିରର ପୂଜାରି। ମନ୍ଦିରରେ ପୂଜା କଲା ପରେ ଯାହା ଭୋଗ ଥାଏ ତାକୁ ରାଜୁ ଖାଇଥାଏ । ଏଭଳି ଦୀର୍ଘ ପଚିଶି ବର୍ଷ ଧରି ସେ ମହେନ୍ଦ୍ରଙ୍କ ସହ ମିଳିମିଶି ରହୁଛି । ଏହି ଜଙ୍ଗଲୀ ବାରହାଟି ମଣିଷଙ୍କ ପରି ଆଇସ୍‌କ୍ରିମ୍ , ବିସ୍କୁଟ , ଚକୋଲେଟ୍ ମଧ୍ୟ ଖାଉଛି । ତେବେ ରାଜୁ ବଡ଼ ହୋଇଗଲା ପରେ ବନଭିଭାଗ କେସ ଭୟରେ ଜଙ୍ଗଲରେ ଛାଡି ଦେଇଥିଲେ ମହେନ୍ଦ୍ର । ହେଲେ ରାଜୁ ଜଙ୍ଗଲରେ ବୁଲିବା ପରେ ଖାଇବା ସମୟ ହୋଇଗଲେ ପୁଣି ମନ୍ଦିର ନିକଟକୁ ଫେରି ଆସିଥାଏ । ଆଉ ମହେନ୍ଦ୍ରଙ୍କ ହାତରୁ ଖାଦ୍ୟ ଓ ଭୋଗ ଖାଇ ଜଙ୍ଗଲକୁ ଚାଲିଯାଇଥାଏ ବୁଲିବାକୁ ।

ଅନେକ ଥର ଜଙ୍ଗଲ ବିଭାଗର ଅଧିକାରୀମାନେ ରାଜୁକୁ ଧରି ନେଇ ଜଙ୍ଗଲରେ ଛାଡିବା ଉଦ୍ୟମ କରି ବିଫଳ ହୋଇଥବା କୁହନ୍ତି ମହେନ୍ଦ୍ର ପାତ୍ର । ଆଉ ଏବେ ଏହି ବିଶାଳକାୟ ବାରହାଟି ମାଲକାନଗିରି ସହର ସହ ପାଖ ମଲ୍ଲିକେଶ୍ବର ପର୍ବତରେ ଅଣାୟାସରେ ଘୁରି ବୁଲୁଥିଲେ ମଧ୍ୟ କାହାରିକୁ କିଛି କ୍ଷତିକରୁ ନାହିଁ । ଲୋକଙ୍କ ହାତରୁ ବିସ୍ମୁଟ , ଆଇସକ୍ରିମ୍ ଖାଇ ଖୁସି ହୋଇ ଘଷି ହୋଇ ମୁଣ୍ଡ ହଲେଇ ଜଙ୍ଗଲକୁ ପଳାଇଥାଏ । ମହେନ୍ଦ୍ର ଜଣେ ପଶୁପକ୍ଷୀ ପ୍ରେମୀ, ମା ମଙ୍ଗଳଙ୍କ ପୂଜା କରିବା ସହ ଜଙ୍ଗଲର ପଶୁପକ୍ଷୀଙ୍କର ସେବା କରନ୍ତି। ଏଥୂପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details