ଓଡିଶା

odisha

ETV Bharat / state

କୁକୁଡା ଲଢେଇ ହତିଆର ବାଜି ଯୁବକ ଗୁରୁତର - ଧାରୁଆ ଅସ୍ତ୍ର ବାଜି ଯୁବକ ଗୁରୁତର ଆହତ

ମାଲକାନଗିରି କାମବେଡା ଗ୍ରାମର ଜଣେ ଯୁବକଙ୍କ ଶରୀରରେ ଧାରୁଆ ଅସ୍ତ୍ର ବାଜିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Man accidently inured by a sharp knife in Malkangiri
ଶରୀରେରେ ଧାରୁଆ ଅସ୍ତ୍ର ବାଜି ଯୁବକ ଗୁରୁତର ଆହତ

By

Published : Jan 11, 2021, 1:55 PM IST

ମାଲକାନଗିରି: ଜିଲ୍ଲାର କାମବେଡ଼ା ଗ୍ରାମରେ ଜଣେ ଯୁବକଙ୍କ ଶରୀରରେ ଧାରୁଆ ଅସ୍ତ୍ର ବାଜିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କାଲିମେଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଶରୀରରେ କୁକୁଡ଼ା ଲଢେଇରେ ବ୍ୟବହୃତ ଧାରୁଆ ଛୁରୀ ବାଜିବାରୁ ଏଭଳି ଘଟଣା ଘଟିଥିବା ଯୁବକଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି ।

ଶରୀରେରେ ଧାରୁଆ ଅସ୍ତ୍ର ବାଜି ଯୁବକ ଗୁରୁତର ଆହତ

ଯୁବକ ଜଣଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିବା ଫଳରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାଲିମେଳା ମେଡିକାଲରେ ପ୍ରାଥମିକ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ମାଲକାନଗିରି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା ।

ଉକ୍ତ ଯୁବକର ଜଙ୍ଘରେ କୌଣସି ଧାରୁଆ ଅସ୍ତ୍ର ବାଜି ଏପରି ହୋଇଥିବା ଡାକ୍ତର ପ୍ରକାଶ କରିଥିବାବେଳେ କୁକୁଡ଼ା ଲଢେଇରେ ଯୁବକ ଜଣଙ୍କ ସାମିଲ ହେବା ସମୟରେ ଏଥିରେ ବ୍ୟବହୃତ ଧାରୁଆ ଛୁରୀ ବାଜି ଏପରି ହୋଇଥିବା ଯୁବକଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସେପଟେ ଯୁବକ ଜଣକ ସଠିକ୍‌ କଥାବାର୍ତ୍ତା କରିପାରୁନଥିବାରୁ ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details