ମାଲକାନଗିରି: ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି ବାନ୍ଧିଲେ ମାଲକାନଗିରିର ଶହଶହ ଆଦିବାସୀ । ସାବେରୀ ନଦୀରେ ଛତିଶଗଡ଼ ସରକାର ଡ୍ୟାମ ନିର୍ମାଣ କରିବା ନିଷ୍ପତ୍ତିକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ମେଳି କରାଯାଇଛି ।
ଜିଲ୍ଲାର ମହୁପଦର, ଟେମୁରପାଲି ଗ୍ରାମର ଶତାଧିକ ଗ୍ରାମବାସୀ ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି କରିବା ସହ ଡ୍ୟାମ ନିର୍ମାଣକୁ ବିରୋଧ କରିଛନ୍ତି ।