ଓଡିଶା

odisha

ETV Bharat / state

ମୀନାଙ୍କୁ ମିସ କରିବ ମାଲକାନଗିରି: କାନ୍ଦିଲେ, କାନ୍ଧରେ ବସାଇ ବିଦାୟ ଦେଲେ - jawn and people crying to recall his works

ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କ ବଦଳି ବେଳର ଦୃଶ୍ୟରେ ପରିବେଶକୁ ଯେତିକି ଭାବବିହ୍ବଳ କରୁଥିବା ସେତିକି ଗର୍ବିତ ମଧ୍ୟ କରୁଥିଲା । ନିଜ ପ୍ରିୟ ଅଫିସରଙ୍କ ବଦଳି ସମୟରେ କାନ୍ଦିଲେ ଆଉ କାନ୍ଧରେ ବସାଇ ବିଦାୟ ଦେଲେ ପୋଲିସକର୍ମୀ ଓ ଗ୍ରାମବାସୀ ।

ଡିଜାଇନ ଫଟୋ

By

Published : Aug 22, 2019, 2:14 PM IST

Updated : Aug 22, 2019, 3:45 PM IST

ମାଲକାନଗିରି: ବ୍ୟାକ୍‌ ଗ୍ରାଉଣ୍ଡ ମ୍ୟୁଜିକ୍‌ ଥିଲା ବହୁ ଚର୍ଚ୍ଚିତ ବାହୁବଳୀ-2 ଫିଲ୍ମର ଚର୍ଚ୍ଚିତ ସଙ୍ଗୀତ । ଛୋଡ୍‌ ଗୟା ଯେ ତୁ..କେସେ ଜିୟେଙ୍ଗେ ହମ...ତୁ ହି କିନାରା..ତୁ ହି ସାହାରା.. ତୁ ହି ହମାର ସୁରଜ ତୁ ହି ତାରା । ସତେ ଯେମିତି ଏ ଗୀତର ପ୍ରତ୍ୟେକଟି ଧାଡି ତାଙ୍କ ପାଇଁ ଲେଖା ହୋଇଥିଲା । ଗୀତଟି ବାଜିବା ସମୟରେ ସମସ୍ତଙ୍କ ଆଖି ଲୁହରେ ଛଳଛଳ ହୋଇଯାଇଥିଲା । ମାଲକାନଗିରି ଏସପି. ଜଗମୋହନ ମୀନାଙ୍କ ବଦଳି ବେଳର ଦୃଶ୍ୟରେ ଏହି ସଙ୍ଗୀତ ପରିବେଶକୁ ଯେତିକି ଭାବବିହ୍ବଳ କରୁଥିବା ସେତିକି ଗର୍ବିତ ମଧ୍ୟ କରୁଥିଲା । ନିଜ ପ୍ରିୟ ଅଫିସରଙ୍କ ବଦଳି ସମୟରେ କାନ୍ଦିଲେ ଆଉ କାନ୍ଧରେ ବସାଇ ବିଦାୟ ଦେଲେ ପୋଲିସକର୍ମୀ ଓ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ମାଲକାନଗିରି


ବଦଳି ବେଳର ଦୃଶ୍ୟରେ କେହି କେହି ଖୁସିରେ ନାଚୁ ଥିଲେ ତ ଆଉ କେତେ ଜଣଙ୍କ ଆଖି ଲୁହରେ ଭିଜି ଯାଇଥିଲା । ଏହି ଦୃଶ୍ୟ ପରେ ତାଙ୍କ ନାମ ସିନା ଜଗମୋହନ ଥିଲା କିନ୍ତୁ ସତରେ ସେ ସମସ୍ତଙ୍କ ପାଇଁ ମନମୋହନ ଥିଲେ ବୋଲି ପ୍ରତୀୟମାନ ହେଉଥିଲା । ବ୍ୟକ୍ତି ହିସାବରେ ସେ ମାଲକାନଗିରି ପାଇଁ କେତେ ଗୁରୁତ୍ଵପୂର୍ଣ ଥିଲେ ତାହା ବିଦାୟ ବେଳର ଭିଡିଓ ଜଳଜଳ କରି ଦେଖାଇଦେଇଛି ।

ଜିଲ୍ଲାପାଳ ଓ ଏସ୍‌ପିଙ୍କ ବଦଳି ସରକାରଙ୍କ ଏକ ନିୟମିତ କାର୍ଯ୍ୟକ୍ରମ ହେଲେ ଆମ ଦେଶରେ ଏମିତି ଅନେକ କମ୍ ଦେଖାଯାଏ ଯେଉଁଠି ସରକାରୀ ଅଧିକାରୀଙ୍କୁ ବିଦାୟ ଦିଆଯାଏ। ତାହା ପୁଣି ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ।
ନିକଟରେ ରାଜ୍ୟ ସରକାର IAS ଓ IPS ସ୍ତରରେ ବଡ ଧରଣର ଅଦଳ ବଦଳ କରିଥିବା ବେଳେ ମାଲାକନଗିରି ଏସ୍‌ପି ଜଗମୋହନ ମୀନାଙ୍କ ବଦଳି ହୋଇଛି ଅନୁଗୁଳ ଜିଲ୍ଲାକୁ । ହେଲେ ଏସ.ପି. ଜଗମୋହନ ମିନା ତାଙ୍କ ପରିବାର ସହ ମାଲକାନଗିରି ଛାଡିବା ସମୟରେ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଏକାଠି ହୋଇଥିଲେ । ଯବାନମାନେ ଏସ୍‌ପି୍‌ଙ୍କୁ ତାଙ୍କ ବାସଭବନରୁ କାନ୍ଧରେ ବସାଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ଏକ ଭାବାବେଗ ପରିବେଶରେ ବିଦାୟ ଦେଇଥିଲେ ସମସ୍ତେ ।


ଜଗମୋହନ ମୀନା ଲୋକଙ୍କ ପାଖକୁ ଯାଇ ସମସ୍ୟା ପରଖୁଥିଲେ । ତାଙ୍କ ଦାୟିତ୍ବ ଅପରେସନ୍‌ରେ ଲିଡ୍‌ ଠାରୁ ଆରମ୍ଭ କରି ଯବାନଙ୍କୁ ପ୍ରେରଣାଦାୟୀ କଥା କହୁଥିଲେ । ସେ ଦାୟିତ୍ବରେ ଥିବା ସମୟରେ ଜିଲ୍ଲାରେ ଶାନ୍ତିର ନୂଆ ମାଇଲ ଖୁଣ୍ଡ ସ୍ଥାପନ ହୋଇଥିଲା । ଜିଲ୍ଲାକୁ ଅପରଧ ମୁକ୍ତ କରିବା ସହ ମାଓ କାର୍ଯ୍ୟକଳାପରେ ଲଗାମ ଲଗାଇବା ପାଇଁ ଜଗମୋହନ ମୀନା ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲା । ଯେଉଁଥିପାଇଁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ମହଲରେ ସେ ବେଶ ଆଦୃତ ଥିଲେ I

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Aug 22, 2019, 3:45 PM IST

ABOUT THE AUTHOR

...view details