ଓଡିଶା

odisha

ETV Bharat / state

ଟିମ ଇଣ୍ଡିଆରେ ଓଡ଼ିଆ ମ୍ୟାନେଜର, ସତବୀର ସିଂ ରିୟର ନିଯୁକ୍ତ - କ୍ରିକେଟରେ ଓଡିଆ ମ୍ୟାନେଜର

Odia Manager Appointed For Indian Cricket Team: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ହେଲେ ମାଲକାନଗିରିର ସତବୀର ସିଂହ ରିୟର । ବର୍ତ୍ତମାନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆରେ ଓଡିଆ ମ୍ୟାନେଜର , ନିଯୁକ୍ତ ହେଲେ ଶତବିର ସିଂ ରିୟାର
ଟିମ ଇଣ୍ଡିଆରେ ଓଡିଆ ମ୍ୟାନେଜର , ନିଯୁକ୍ତ ହେଲେ ଶତବିର ସିଂ ରିୟାର

By ETV Bharat Odisha Team

Published : Dec 29, 2023, 8:08 AM IST

Updated : Dec 29, 2023, 8:56 AM IST

ଟିମ ଇଣ୍ଡିଆରେ ଓଡିଆ ମ୍ୟାନେଜର , ନିଯୁକ୍ତ ହେଲେ ଶତବିର ସିଂ ରିୟାର

ମାଲକାନଗିରି: ଓଡ଼ିଶା ପାଇଁ କ୍ରିକେଟ ଜଗତ ଆଣିଛି ଖୁସି ଖବର । ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ହେଲେ ମାଲକାନଗିରିର ସତବୀର ସିଂହ ରିୟର । ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ସତବୀର ସିଂହ ଭାରତୀୟ ଦଳର ମ୍ୟାନେଜର ଭାବେ ଦାୟିତ୍ଵ ପାଇଛନ୍ତି । ଯାହାକି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ସତବୀରଙ୍କ ଭିସା ହୋଇ ପାରୁନଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ପୂର୍ବ ଖେଳ ଗୁଡିକରେ ସେ ଭାଗ ନେଇ ପାରିନଥିଲେ ।

କିନ୍ତୁ ଆଜି ସେ ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ କରିଛନ୍ତି । ସେ ଗୋଟିଏ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚରେ ମ୍ୟାନେଜର ଭାବେ ନିଜର ଦାୟିତ୍ଵ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରୁ ସତବୀର ଏହି ଦାୟିତ୍ଵ ପାଇଥିବା ବେଳେ ଏହା ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛି । ସେ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ କ୍ରିକେଟ ଖେଳାଳି ତଥା ଜଣାଶୁଣା କ୍ରୀଡାବିତ ଭାବେ ପରିଚୟ ପାଇଥିବା ବେଳେ ପୂର୍ବରୁ ୧୬, ୧୯ , ୨୩ ବର୍ଷରୁ କମ୍ ରଣଜୀ ଟ୍ରଫି, ସୟଦ ମୁସ୍ତାକ ଟ୍ରଫି ଓ ଓସିଏର ମ୍ୟାନେଜର ଭାବେ କାମ ତୁଲାଇ ସାରିଛନ୍ତି । ତାଙ୍କର ପ୍ରେରଣାରେ ବହୁ ପିଲା ଜିଲ୍ଲା ଓ ରାଜ୍ୟ ବାହାରେ ନାଁ କମାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଜଗନଙ୍କ ଟିମରେ ରାୟୁଡୁ, କ୍ରିକେଟ ପଡିଆ ନୁହେଁ ରାଜନୈତିକ ମୈଦାନକୁ ଓହ୍ଲାଇଲେ

ସତବୀରଙ୍କ ମାଆଙ୍କ କହିବା ଅନୁସାରେ ସେ ପିଲାଟି ବେଳୁ କ୍ରିକେଟକୁ ପାଗଳ ଭଳି ଖେଳୁଛନ୍ତି । ସେଥିପାଇଁ ବିଭିନ୍ନ ଜାଗାରେ ବାଧା ବିଘ୍ନ ସାମ୍ନା କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ କରିବା ପରେ ସେ କେବଳ ପରିବାର ପାଇଁ ନୁହଁ ସାରା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି ସତବୀରଙ୍କ ମାଆ କହିଛନ୍ତି । ସେଇଥିପାଇଁ ଓସିଏ ଓ ବିସିସିଆଇର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ । ମାଲକାନଗିରି ଜିଲ୍ଲା ଭଳି ଏକ ଉପାନ୍ତ ଜିଲ୍ଲାର ସତବୀର (ପପୁ ଭାଇ) ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭଳି ଏକ ଗୁରୁ ଦାୟିତ୍ବ ତୁଲାଇବେ ଯାହାକି ଏହି ଅଞ୍ଚଳର ଯୁବକ ଓ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି କିଛି ସ୍ଥାନୀୟ ଯୁବକ ।

ସତବୀର ସିଂ ରିୟର ବର୍ତ୍ତମାନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବେ କାମ କରୁଛନ୍ତି । ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଓଡ଼ିଶାରୁ ରଞ୍ଜିତ ବିଶ୍ବାଳ ଥିବାବେଳେ ବର୍ତ୍ତମାନ ପୁଣି ଓଡ଼ିଶା ମାଲକାନଗିରି ଜିଲ୍ଲାର ସତବିର ସିଂ ରିୟରଙ୍କୁ ଦାୟିତ୍ବ ତୁଲାଇବାକୁ ଦିଆଯାଇଛି । ସେ ଓସିଏର ଜଣେ ଦକ୍ଷ କାର୍ଯ୍ୟକର୍ତ୍ତା ଭାବେ କାମ କରିଆସୁଥିଲେ । ବର୍ତ୍ତମାନ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ସତବିରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Dec 29, 2023, 8:56 AM IST

ABOUT THE AUTHOR

...view details