ଓଡିଶା

odisha

ETV Bharat / state

ହଜିଲା ପୁଅ ସୁନ୍ଦରକୁ ଘରେ ପହଞ୍ଚାଇଲା ମାଲକାନଗିରି ପୋଲିସ - ମାଲକାନଗିରି ପୋଲିସ

ଗତ କିଛି ଦିନ ତଳେ ମାଲକାନଗିରି ପୋଲିସ ପାଟ୍ରୋଲିଂ ବେଳେ ସୁନ୍ଦରଙ୍କୁ ଠାବ କରି ଘରେ ପହଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

ହଜିଲା ପୁଅ ସୁନ୍ଦରକୁ ଘରେ ପହଞ୍ଚାଇଲା ମାଲକାନଗିରି ପୋଲିସ
ହଜିଲା ପୁଅ ସୁନ୍ଦରକୁ ଘରେ ପହଞ୍ଚାଇଲା ମାଲକାନଗିରି ପୋଲିସ

By

Published : Oct 23, 2020, 1:29 PM IST

ମାଲକାନଗିରି: ହଜିଲା ପୁଅ ସୁନ୍ଦରକୁ ଘରେ ପହଞ୍ଚାଇଲା ମାଲକାନଗିରି ପୋଲିସ । ଗତ କିଛି ଦିନ ତଳେ ମାଲକାନଗିରି ପୋଲିସ ପାଟ୍ରୋଲିଂ ବେଳେ ସୁନ୍ଦରଙ୍କୁ ଠାବ କରି ଘରେ ପହଞ୍ଚାଇଛନ୍ତି ।

ଗତ ଦୁଇ ବର୍ଷ ତଳେ ଝାଡ଼ଖଣ୍ଡରୁ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦାୟର କରାଯାଇଥିଲା। ସୁନ୍ଦର କୋପେ ନାମକ ଯୁବକ ଜଣକ କାମ ସନ୍ଧାନରେ ଘରୁ ଗୋଡ଼ କାଢ଼ିଥିଲେ । ହେଲେ ଘରୁ ବାହାରିବା ପରେ ସେ ଆଉ ଘରକୁ ଫେରି ନଥିଲେ । ୨୦୧୮ ମସିହାରେ ନିଖୋଜ ପୁଅକୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ପତ୍ତା ମିଳିନଥିଲା ।

ହଜିଲା ପୁଅ ସୁନ୍ଦରକୁ ଘରେ ପହଞ୍ଚାଇଲା ମାଲକାନଗିରି ପୋଲିସ

ଗତ କିଛି ଦିନ ତଳେ ମାଲକାନଗିରି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସୁନ୍ଦରଙ୍କୁ ଠାବ କରିଥିଲା । ଏହାପରେ ପୋଲିସ ତାଙ୍କୁ ଧରି ପଚରାଉଚରା କରିଥିଲା । ସୁନ୍ଦର ନିଜର ପରିଚୟ ଦେବା ସହ ସମସ୍ତ ବିଷୟ କହିଥିଲା । ପରେ ପୋଲିସ ତୁରନ୍ତ ଝାଡ଼ଖଣ୍ଡ ପୋଲିସ ସହ ଯୋଗାଯୋଗ କରି ଭିଡିଓ କଲିଂ ମାଧ୍ୟମରେ ତାଙ୍କ ପରିବାର ସହ ଯୋଗାଯୋଗ କରାଇଥିଲା ।

ହଜିଲା ପୁଅକୁ ପାଇ ମା ' ଆଖିରୁ ଶୁଖୁନଥିଲା ଲୁହ । ପରେ ମାଲକାନଗିରି ପୋଲିସ ନିଜସ୍ୱ ଉଦ୍ୟମରେ ଏକ ଗାଡ଼ି କରି ସୁନ୍ଦରଙ୍କୁ ଝାଡ଼ଖଣ୍ଡ ପଠାଇଥିଲେ। ଯାହାକୁ ନେଇ ମାଲକାନଗିରି ପୋଲିସର ମହାନତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ଗାଁ ଲୋକେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details