ଓଡିଶା

odisha

ETV Bharat / state

ମାଲକାନଗିରି ମହିଳାଙ୍କୁ ଷଣ୍ଢଗ୍ୟାଙ୍ଗର ଟାର୍ଗେଟ, ମହାରାଷ୍ଟ୍ରରୁ ହେଲେ ଗିରଫ - arrested four fraudsters with bulls

ମାଲକାନଗିରି ସଦର ମହକୁମାରେ ଗତ କିଛି ଦିନ ତଳେ ନନ୍ଦୀ ନାମକ ଏକ ଷଣ୍ଢକୁ ଧରି କିଛି ଠକ ଘୁରି ବୁଲୁଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଠକ ମହାରାଷ୍ଟ୍ରରୁ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରି ମହିଳାଙ୍କୁ ଷଣ୍ଢଗ୍ୟାଙ୍ଗର ଟାର୍ଗେଟ, ମହାରାଷ୍ଟ୍ରରୁ ହେଲେ ଗିରଫ
ମାଲକାନଗିରି ମହିଳାଙ୍କୁ ଷଣ୍ଢଗ୍ୟାଙ୍ଗର ଟାର୍ଗେଟ, ମହାରାଷ୍ଟ୍ରରୁ ହେଲେ ଗିରଫ

By

Published : Mar 13, 2021, 4:53 PM IST

Updated : Mar 13, 2021, 5:16 PM IST

ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ଗତ କିଛି ଦିନ ତଳେ ନନ୍ଦୀ ନାମକ ଏକ ଷଣ୍ଢକୁ ଧରି କିଛି ଠକ ଘୁରି ବୁଲୁଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଠକ ମହରାଷ୍ଟ୍ରରୁ ଗିରଫ ହୋଇଛନ୍ତି । ସହରବାସୀଙ୍କ ବିଷୟରେ ପ୍ରଥମେ ସମସ୍ତ ବିଷୟ ସଂଗ୍ରହ କରିବା ପରେ ତାଙ୍କ ଘରକୁ ଯାଇ ମହିଳାଙ୍କୁ ଡରାଇ ପୂଜାର୍ଚ୍ଚନା କରିବା ପାଇଁ କହୁଥିଲେ ଏବଂ ଟଙ୍କା ନେଇ ଫେରାର ହୋଇଯାଉଥିଲେ ଏହି ଠକ ଦଳ । ତେବେ ସ୍ଥାନୀୟ ମହେଶ୍ବରୀ କଲୋନିରେ କିଛି ମହିଳାଙ୍କୁ ଏଭଳି ଠକିବା ପରେ ସ୍ଥାନୀୟ ଲୋକେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ମାଲକାନଗିରି ପୁଲିସ ଏହାକୁ ଗମ୍ଭୀରତାର ସହ ନେଇଥିଲା ।

ଷଣ୍ଢ ସହ ୪ ଠକ ମହାରାଷ୍ଟ୍ରରୁ ଗିରଫ

ତେବେ ସେତେବେଳକୁ ଖବର ପାଇ ଏହି ଠକ ଗ୍ୟାଙ୍ଗ ଓଡିଶାରୁ ଫେରାର ହୋଇଯାଇଥିଲେ । ପୋଲିସ ସେମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ତେଲେଙ୍ଗାନାରେ ରହିଥିବା ଜାଣିବା ପରେ ସେଠାକୁ ଯାଇଥିଲେ । କିନ୍ତୁ, ସେଠାରୁ ମଧ୍ୟ ଏହି ଠକମାନେ ତୁରନ୍ତ ଫେରାର ହୋଇଯାଇଥିଲେ । ପରେ ପୁଲିସ ଖବର ପାଇ ଏହି ଗ୍ୟାଙ୍ଗକୁ ମହାରାଷ୍ଟ୍ରର ଗଡଚିନ୍ଦୁର ଅଞ୍ଚଳରୁ ଗିରଫ କରିଥିବା ଏସଡିପିଓ ଅଂଶୁମାନ ଦ୍ବିବେଦି ପ୍ରକାଶ କରିଛନ୍ତି ।

ଏହି ଠକମାନେ ନନ୍ଦୀ ନାମକ ଏକ ଷଣ୍ଢକୁ ଧରି ସବୁ ସତ କହୁଥିବା କହି ମହିଳାମାନଙ୍କୁ ଟାର୍ଗେଟ କରିଥାନ୍ତି । ସେମାନଙ୍କ ବିଷୟରେ ଜାଣିବା ପରେ ସେମାନଙ୍କୁ ବିପତ୍ତି ଥିବା କହି ଡରାଇଥାନ୍ତି । ପରେ ପୂଜାର୍ଚ୍ଚନା କରିବା ବାହାନାରେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥାନ୍ତି। ତେବେ ମାଲକାନଗିରି ପୁଲିସକୁ ଏହି ଠକମାନଙ୍କୁ ଧରିବାରେ ସଫଳତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ଷଣ୍ଢକୁ କୌଣସି ଏକ ଗୋଶାଳାରେ ଛଡାଯିବ ବୋଲି କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Mar 13, 2021, 5:16 PM IST

ABOUT THE AUTHOR

...view details