ଓଡିଶା

odisha

ETV Bharat / state

ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମ ମାମଲା: ବିଜେପିର 6 ଜଣିଆ ମହିଳା ପ୍ରତିନିଧି ଦଳର ମାଲକାନଗିରି ଗସ୍ତ - ବିଜେପିର 6 ଜଣିଆ ମହିଳା ପ୍ରତିନିଧି ଦଳର ମାଲକାନଗିରି ଗସ୍ତ

ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ଙ୍କ ସହ 6 ଜଣିଆ ପ୍ରତିନିଧି ଦଳର ମାଲକାନଗିରି ଗସ୍ତ । ସେମାନେ ପୀଡିତାଙ୍କ ପରିବାରକୁ ଭେଟିବା ସହ ଘଟଣା ଘଟିଥିବା ପୋଲିସ କ୍ୟାଣ୍ଟିନକୁ ମଧ୍ୟ ଯାଇଥିଲେ । ଅଧିକ ପଢନ୍ତୁ...

ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମ ମାମଲା : ବିଜେପିର 6 ଜଣିଆ ମହିଳା ପ୍ରତିନିଧି ଦଳର ମାଲକାନଗିରି ଗସ୍ତ
ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମ ମାମଲା : ବିଜେପିର 6 ଜଣିଆ ମହିଳା ପ୍ରତିନିଧି ଦଳର ମାଲକାନଗିରି ଗସ୍ତ

By

Published : Jul 7, 2020, 5:29 PM IST

ମାଲକାନଗିରି: ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ସହ 6 ଜଣିଆ ପ୍ରତିନିଧି ଦଳର ମାଲକାନଗିରି ଗସ୍ତ । ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ପାଇଁ ପହଁଞ୍ଚିଥିଲେ ବିଜେପି ମହିଳା ପ୍ରତିନିଧି ଦଳ ।

ପୋଲିସ କ୍ୟାଣ୍ଟିନରେ ଗଣଦୁଷ୍କର୍ମ ମାମଲା : ବିଜେପିର 6 ଜଣିଆ ମହିଳା ପ୍ରତିନିଧି ଦଳର ମାଲକାନଗିରି ଗସ୍ତ

ରାଜ୍ୟ ମହିଳା ମୋର୍ଚ୍ଚା ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ନେତ଼ତ୍ବରେ ଆସିଥିବା 6 ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚିଥିଲେ । ଏହାପରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସହ ଦଳୀୟ କର୍ମୀ ପ୍ରଥମେ ପୋଲିସ କ୍ୟାଣ୍ଟିନ ଓ ପରେ ପୀଡିତାଙ୍କ ଘରକୁ ଯାଇଥିଲେ । ସେଠାରେ ପୀଡିତା ରହୁଥିବା ଘର ଦେଖିବା ସହ ପଡ଼ୋଶୀଙ୍କୁ ସେହି ସମୟର ଘଟଣା ଗୁଡିକ ପଚାରି ବୁଝିଥିଲେ । ଏହା ସହ ପିଡିତାଙ୍କ ସ୍ବାମୀଙ୍କୁ ଡକାଇ ପୀଡିତାଙ୍କ ବିଷୟରେ ପଚାରି ବୁଝିଥିଲେ ଏବଂ କ୍ୟାଣ୍ଟିନ ଦାୟିତ୍ବରେ ଥିବା ହାବିଲଦାରଙ୍କୁ ମଧ୍ୟ ପଚରା ଉଚରା କରିଥିଲେ । ମାଲକାନଗିରି ପହଁଞ୍ଚିବା ପୂର୍ବରୁ କୋରାପୁଟ ମେଡିକାଲ ଯାଇ ପୀଡିତାଙ୍କ ମୃତ୍ୟୁ ପୂର୍ବରୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ୍ୟ ପଚାରି ପୀଡିତାଙ୍କ ସମ୍ବନ୍ଧରେ ପଚାରି ବୁଝିଥିଲେ । ପୀଡିତାଙ୍କ ଘରକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରିବା ସହ ମାଲକାନଗିରି ଏସପିଙ୍କୁ ଭେଟି ଘଟଣାର ସରଜମିନ ତଦନ୍ତ ପାଇଁ ଦାବି କରିଛନ୍ତି ।

ବିଜେପି ପ୍ରତିନିଧୀ ମଣ୍ଡଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି ଓ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ୬ ଜଣିଆ ପ୍ରତିନିଧୀ ଦଳ ସହତ ମାଲକାନଗିରି ଗସ୍ତ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details