ମାଲକାନଗିରି:ଶିକ୍ଷା ସହାୟକ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା । ଦୁଇଜଣ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବ୍ୟକ୍ତିଙ୍କୁ ବୌଦ୍ଧରୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ତେବେ ଅଭିଯୁକ୍ତଜଣକ ବୌଦ୍ଧ ଜିଲ୍ଲା ମୁଣ୍ଡପଡା ଗ୍ରାମର ଲିଙ୍ଗରାଜ ମହାନନ୍ଦ ନାମକ ଜଣେ ବ୍ୟକ୍ତି ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ମାଲକାନଗିରି ଥାନା ସ୍ଥିତ ଶିଖପାଲି ଗ୍ରାମର ଈଶ୍ୱର କବାସୀ ଓ ମାଲକାନଗିରି ଝାଟିମାଟି କଲୋନୀର ଅର୍ଜୁନ ଖେରା ଗତ ୨୦୨୨ ମସିହାରେ ଶିକ୍ଷା ସହାୟକ ଚାକିରି ପାଇଁ ଆବେଦନ କରିଥିଲେ । ଏହାର କିଛି ଦିନ ପରେ OSSSC ଭୁବନେଶ୍ୱର ଷ୍ଟାଫ୍ ଅଫିସର କହି ଜଣେ ବ୍ୟକ୍ତି ଉଭୟଙ୍କ ନିକଟକୁ ବାରମ୍ବାର ଫୋନ୍ କରିଥିଲେ । ଫୋନ୍ କରୁଥିବା ବ୍ଯକ୍ତି ଜଣକ କହିଥିଲେ, "ଆପଣମାନେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥି ନିମନ୍ତେ କିଛି ଟଙ୍କା ଦେବାକୁ ପଡିବ । ଯଦି ଆପଣ ଏହି ସର୍ତ୍ତରେ ରାଜି ତେବେ ଯଥାଶୀଘ୍ର ଆପଣଙ୍କୁ ଅଫର ଲେଟର ମିଳିଯାବ । ଏହିପରି ଅର୍ଜୁନ ଖେରାଙ୍କୁ ଇ-ମେଲ୍ ଯୋଗେ ମେସେଜ କରି ପଇସା ଦେଲେ ଚାକିରି ହୋଇଯିବ ବୋଲି କହିଥିଲେ ।"
ଅଧିକ ପଢନ୍ତୁ.. ଓଡିଶାରୁ ଅଢେଇ କୋଟି ଠକେଇ, ଗିରଫ ହେଲେ Jetex Ocenairର ଏମଡି