ଓଡିଶା

odisha

ETV Bharat / state

ଚିତ୍ରକଳାରେ ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରିର ପିଜି ଛାତ୍ର - ମାଲକାନଗିରି ଖବର

ମହାମାରୀ କୋରୋନା କାହାପାଇଁ ଆଶୀର୍ବାଦ ପାଲଟିଛି ତ କାହା ପାଇଁ ଅଭିଶାପ । ଦୋହଲାଇ ଦେଇଛି ସାରା ମାନବଜାତି । ହେଲେ କୋରୋନା ଲକଡାଉନ ସମୟରେ ଘରେ ରହି ନିଜ ସୃଜନଶୀଳତା ପ୍ରତିପାଦିତ କରିଛନ୍ତି ମାଲକାନଗିରିର ଆଶୁତୋଷ । ଏହି ସମୟରେ ନିଜ ଚିତ୍ରକଳା ମାଧ୍ୟମରେ ବିଭିନ୍ନ ଚିତ୍ର କରି ବେଶ ପ୍ରଶଂସା ସାଉଁଟିଛନ୍ତି। ଅଧିକ ପଢନ୍ତୁ...

Malkangiri PG student Ashutos
ଲକଡାଉନରେ ଚିତ୍ରକଳା କରି ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରିର ପିଜି ଛାତ୍ର

By

Published : Jan 18, 2021, 10:56 PM IST

ମାଲକାନଗିରି: କୋରୋନା ମହାମାରୀ ଯୋଗୁଁ ସାରା ଦେଶ ରାଜ୍ୟ 9 ମାସ ଧରି ଲକଡାଉନରେ ରହିଥିଲା। ଲକଡାଉନ ଯୋଗୁଁ ବହୁ ଲୋକଙ୍କର କ୍ଷତି ହୋଇଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଆଶୀର୍ବାଦ ମଧ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲା ସଦର ମହକୁମାର ମେଡିକାଲ ଛକ ନିକଟରେ ରହୁଥିବା ଆଶୁତୋଷ ପ୍ରହରାଜ ମଧ୍ୟ ଆଶୀର୍ବାଦ ପାଇବାର ପାତ୍ର ହୋଇପାରିଛନ୍ତି।

ଲକଡାଉନରେ ଚିତ୍ରକଳା କରି ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରିର ପିଜି ଛାତ୍ର



ଆଶୁତୋଷ ଜଣେ ସ୍ନାତକୋତ୍ତର ଛାତ୍ର। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉଦ୍ୟାନ ବିଭାଗ ରେ ପାଠ ପଢୁଛନ୍ତି। ଲକଡାଉନ ଯୋଗୁଁ ସେ ଘରକୁ ଆସିଥିଲେ। ତେବେ ଘରେ ରହିଲା ବେଳେ ନିଜର ପାଠ ପଢିବା ସହ ଅନ୍ତର୍ନିହିତ ଗୁଣକୁ ପଦାକୁ ଆଣିଥିଲେ। ମାଲକାନଗିରି ମିଳୁଥିବା ଆର୍ଟ ଏବଂ କ୍ରାପ୍ଟକୁ ବିନିଯୋଗ କରି ଘରେ ଧଳା କାଗଜରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥିଲେ। ଚିତ୍ର ଅଙ୍କିବା ନେଇ କୌଣସି ତାଲିମ ନେଇନଥିବା ବେଳେ ଏଭଳି ସୁନ୍ଦର ଚିତ୍ର ଅଙ୍କିବା ଦେଖି ଲୋକେ ଆଚମ୍ବିତ ହେଉଥିଲେ। ଲୋକେ ତାଙ୍କୁ ବିଭିନ୍ନ ପ୍ରକାର ଚିତ୍ର ଅଙ୍କିବା ପାଇଁ ପ୍ରେରଣା ଦେଇଥିଲେ। ଆଶୁତୋଷଙ୍କ କହିବା ଅନୁଯାୟୀ ସେ ଲକଡାଉନକୁ ଆଶୀର୍ବାଦ ବୋଲି କହିଛନ୍ତି। ପିଲାଟି ଦିନରୁ ସେ ଚିତ୍ର ଅଙ୍କିବାକୁ ଭଲ ପାଉଥିଲେ ମଧ୍ୟ ସେ ଏହି ସୁଯୋଗ କେବେ ପାଇପାରିନଥିଲେ। ମାଲକାନଗିରି ଜିଲ୍ଲାରେ ଚିତ୍ରକଳା ଶିକ୍ଷା ଦାନ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବହୁ ପିଲା ନିଜର ଇଚ୍ଛାକୁ ପୁରଣ କରିପାରୁନଥିବା କୁହାଯାଇଛି। ସରକାରଙ୍କ ତରଫରୁ ଆର୍ଟ ଏବଂ କ୍ରାପ୍ଟ ବିଦ୍ୟାଳୟ ଖୋଲିବାକୁ ଦାବି ହୋଇଛି।


ତେବେ ସରକାର ଙ୍କ ସାହାଯ୍ୟ ହେଲେ ଆଶୁତୋଷ ଆହୁରି ଆଗେଇ ପାରିବେ ବୋଲି ପରିବାର ଲୋକେ କହିଛନ୍ତି। ଜିଲ୍ଲାରେ କେବଳ ଆଶୁତୋଷ ହିଁ ନୁହେଁ ବହୁ ଗୁଣବାନ ଚିତ୍ରଶିଳ୍ପୀ ଲୁକ୍କାୟିତ ଅବସ୍ଥାରେ ରହିଯାଇଛନ୍ତି। ଯାହାକୁ ଏବେ ପଦାକୁ ଆଣିବାର ସମୟ ଆସିଛି। ସରକାର ଏମାନଙ୍କୁ ପ୍ରୋତ୍ସାହନ ଦେଲେ ଏମାନେ ଆଗେଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ମାଲକାନଗିରିରୁ ଦେବୀଦତ୍ତ ମହାରଣା,ଇଟିଭି ଭାରତ

ABOUT THE AUTHOR

...view details