ଓଡିଶା

odisha

ETV Bharat / state

ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେଲା ମାଲକାନଗିରି ପୌରାଞ୍ଚଳ - malkangiri corona update

ଦେଶରେ କୋରୋନା ସଂକ୍ରମଣ ଏବେ ଚରମ ସୀମାରେ ପହଞ୍ଚିଛି । ସେଥିମଧ୍ୟରୁ ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଅନେକ ଜିଲ୍ଲାରେ ଲକଡାଉନକୁ କଡାକଡି କରାଯାଉଛି । ଅଧିକ ପଢନ୍ତୁ...

ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା ହେଲା ମାଲକାନଗିରି ପୌରାଞ୍ଚଳ
ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା ହେଲା ମାଲକାନଗିରି ପୌରାଞ୍ଚଳ

By

Published : Jul 18, 2020, 11:16 AM IST

ମାଲକାନଗିରି: ଜିଲ୍ଲା ମ୍ୟୁନସିପାଲଟିରେ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ମାଲକାନଗିରି ମ୍ୟୁନସିପାଲଟିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି।

ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା ହେଲା ମାଲକାନଗିରି ପୌରାଞ୍ଚଳ

ଏହି ସମୟରେ ଅତି ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ କୁହାଯାଇଛି । ତେବେ ଦୋକାନ ଖୋଲା ରହିଲେ ମଧ୍ୟ ହୋମ ଡେଲିଭେରୀର ବ୍ୟବସ୍ଥା ରହିଛି । ଦୁଇ ଚକିଆ ଏବଂ ଚାରି ଚକିଆ ଯାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସହରର ବିଭିନ୍ନ ସାହିକୁ ସାନିଟାଇଜର କରାଯାଇଛି।

ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 4ଟି କୋର୍ଟ ବନ୍ଦ ପାଇଁ ଜିଲ୍ଲା ଜଜ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details