ମାଲକାନଗିରି: ଜିଲ୍ଲାର ବିଧାୟକ ମାଥିଲି ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ବନ୍ୟା ସମୟରେ ଲୋକଙ୍କ ଦୁର୍ଦ୍ଦଶା ବୁଝି ନଥିବା ବେଳେ ମାଲକାନଗିରି ଜନପ୍ରତିନିଧି ଆଦିତ୍ୟ ମାଢ଼ୀ ଯାଇ ପହଁଞ୍ଚିଲେ ବନ୍ୟା ବିପନ୍ନଙ୍କ ନିକଟରେ ।
ମାଥିଲି ବନ୍ୟାଞ୍ଚଳ ବୁଲି ଦେଖିଲେ ମାଲକାନଗିରି ବିଧାୟକ - ମାଲକାନଗିରି ବିଧାୟକଙ୍କ ମାଥିଲି ବନ୍ୟା ଅଞ୍ଚଳ ପରିଦର୍ଶନ
ମାଲକାନଗିରି ବିଧାୟକଙ୍କ ମାଥିଲି ବନ୍ୟା ଅଞ୍ଚଳ ପରିଦର୍ଶନ । ବାଣ୍ଟିଲେ ଶୁଖିଲା ଖାଦ୍ୟ, ପଚାରିବୁଝିଲେ ଲୋକଙ୍କ ସମସ୍ୟା । ଅଧିକ ପଢନ୍ତୁ....
ମାଲକାନଗିରି ବିଧାୟକଙ୍କ ମାଥିଲି ବନ୍ୟା ଅଞ୍ଚଳ ପରିଦର୍ଶନ
ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ସାଉଁଟି ଥିଲେ ପ୍ରଶଂସା। ଘର ଘର ବୁଲି ସମସ୍ତଙ୍କୁ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ପଚାରି ଥିଲେ ବିଧାୟକ । ଖୁବଶୀଘ୍ର ସମସ୍ତଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନକୁ ଜଣାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ
Last Updated : Aug 25, 2020, 10:15 AM IST
TAGGED:
Malkangiri MLA