ଓଡିଶା

odisha

ETV Bharat / state

ମାଲକାନଗିରିରେ ଯୋଗକଲେ ଯବାନ ଓ ଜନତା - ଯୋଗକଲେ

ସାରା ବିଶ୍ବ ଆଜି ଯୋଗମୁଦ୍ରାରେ । ରାଷ୍ଟ୍ରରୁ ରାଜ୍ଯ ସବୁଠି ପାଳନ ହେଉଛି ପଞ୍ଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ମାଲାକାନାଗିରିର ଗୁରୁପ୍ରିୟା ସେତୁ ତଳେ ଯବାନମାନେ ଯୋଗ କରିଥିବାବେଳେ ସହରରେ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ପାଳନ ହୋଇଛି ଏହି କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

By

Published : Jun 21, 2019, 5:58 PM IST

ମାଲକାନଗିରି: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ପଞ୍ଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି ଯୋଗାଭ୍ୟାସ କାର୍ଯ୍ୟକ୍ରମ । ଆଉ ଏହି ବିଶ୍ବ ଉତ୍ସବରୁ ବାଦ ପଡି ନାହିଁ ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଳା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ସହରର ଥିବା ମାଲ୍ଯବନ୍ତ ହଷ୍ଟେଲ ଠାରେ ଭୋର ୫ଟା ସମୟରେ ଆରମ୍ଭ ହୋଇଯାଇଛି ଯୋଗାଭ୍ୟାସ କାର୍ଯ୍ୟକ୍ରମ । ଏହି ଉତ୍ସବରେ ଜିଲ୍ଲାର ହଜାର ହଜାର ଲୋକ ସାମିଲ ହୋଇ ଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କଠାରୁ ଆରମ୍ଭ କରି ଜିଲ୍ଲାର ସରକାରୀ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଯୋଗ ମନକୁ ସତେଜ ଓ ଦେହକୁ ସୁସ୍ଥ ରଖେ । ଦେହର ଫିଟନେସ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ ଏବଂ ବିଭିନ୍ନ ରୋଗ ସହିତ ସଂଗ୍ରାମ କରି ଜିତିବାରେ ଯୋଗ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ଯୋଗଗୁରୁ । ଅନ୍ୟପଟେ ସୀମାସୁରକ୍ଷାରେ ନିୟୋଜିତ ରହି ଜୀବନକୁ ବାଜି ଲଗାଇଥିବା ଏମଭି 79ର ବିଏସଏଫ୍ ଯବାନମାନେ ମଧ୍ୟ ଯୋଗଦିବସରେ ନିଜର ଯୋଗଦାନ ଜାହିର କରିଛନ୍ତି । ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ତଳେ ଏହି ଯବାନମାନେ ଯୋଗ କରୁଥିବାର ଦେଖିବାକୁ ମିଳିଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details