ମାଲକାନଗିରି: ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀ ଗୁଡିକର ଗଣନା କାର୍ଯ୍ଯ ଶେଷ ହୋଇଛି । ମାଲକାନଗିରି ବନ ଖଣ୍ଡରେ ୬ ଗୋଟି ବନାଞ୍ଚଳ ରହିଥିବାବେଳେ ୮ ଗୋଟି ଜଳାଶୟରେ ଜଳଚର ପକ୍ଷୀଗୁଡିକର ଗଣନା କରାଯାଇଥିଲା ।
Malkangiri Bird Count End: ମାଲକାନଗିରି ବନ ବିଭାଗ ତରଫରୁ ପକ୍ଷୀଗଣନା ଶେଷ ଗତ ବର୍ଷ ୨୦୨୦/୨୧ରେ ମାଲକାନଗିରି ବନଖଣ୍ଡ ଦ୍ବାରା ୩୦ ପ୍ରଜାତିର ଜଳଚର ପକ୍ଷୀ ଦୃଷ୍ଟିଗୋଚର ହୋଇଥିଲାବେଳେ ମୋଟ ପକ୍ଷୀ ସଂଖ୍ଯା ୬,୭୪୩ ରହିବା ଗଣନା କରାଯାଇଥିଲା ।
୨୦୨୨ ଜାନୁଆରୀ ଜଳଚର ପକ୍ଷୀ ଗଣନା ଅନୁସାରେ ମୋଟ ସଂଖ୍ଯା ୧୦,୧୦୪ ରହିଥିବାବେଳେ ୪୩ ପ୍ରଜାତିର ପକ୍ଷୀ ବିଭିନ୍ନ ଜଳାଶୟଗୁଡିକରେ ଦୃଷ୍ଟି ଗୋଚର ହୋଇଥିଲା ।
Malkangiri Bird Count End: ମାଲକାନଗିରି ବନ ବିଭାଗ ତରଫରୁ ପକ୍ଷୀଗଣନା ଶେଷ ମୁଖ୍ଯତଃ ଚଳିତ ପକ୍ଷୀ ଗଣନାରେ ଛୋଟ ଜଳ କାକ ୨,୧୧୭ ଗୋଟି, ଭାରତୀୟ ହେରନ ପକ୍ଷୀ ୧୧୯୦ ଗୋଟି, ବଡ ଜଳ କାକ ୯୭୧ ଗୋଟି, ଲାଲ ବେକ ଥିବା ବୁଡାଳି ପକ୍ଷୀ ୮୫୬ ଗୋଟି, ଧଳା ବଗ ୭୩୮ ଗୋଟି, ଛୋଟ କଳା ରଙ୍ଗର ବୁଡାଳୀ ପକ୍ଷୀ ୮୫୨ ଗୋଟି ମୁଖ୍ଯତଃ ଗଣନା କରାଯାଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ଜଳଚର ପକ୍ଷୀ ପ୍ରଜାତିରେ ବୃଦ୍ଧି ଘଟିବା ସହ ଜଳଚର ପକ୍ଷୀ ସଂଖ୍ଯା ମଧ୍ଯ ବୃଦ୍ଧି ହୋଇଥିବା ଜଣାପଡିଛି ।
Malkangiri Bird Count End: ମାଲକାନଗିରି ବନ ବିଭାଗ ତରଫରୁ ପକ୍ଷୀଗଣନା ଶେଷ ଏହା ପକ୍ଷୀ ପ୍ରେମୀଙ୍କ ମନକୁ ବିଶେଷ ଭାବରେ ମନ୍ତ୍ରମୁଗ୍ଧ କରିଥିବା ଜଣାପଡିଛି । ଶୀତ ଋତୁରେ ବିଦେଶାଗତ ପକ୍ଷୀମାନେ ଓଡିଶାର ବିଭିନ୍ନ ଜଳାଶୟ ଗୁଡିକରେ ଦେଖାଦେଇଥିବାବେଳେ ମାଲକାନଗିରି ବନ ଖଣ୍ଡକୁ ବିଦେଶାଗତ ପକ୍ଷୀଙ୍କ ଆଗମନ କରିଥିବା ସ୍ପଷ୍ଟ ହୋଇନାହିଁ ।
Malkangiri Bird Count End: ମାଲକାନଗିରି ବନ ବିଭାଗ ତରଫରୁ ପକ୍ଷୀଗଣନା ଶେଷ ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ