ଓଡିଶା

odisha

ETV Bharat / state

ମାଲକାନାଗିରିରେ ବନ୍ୟା ପରିସ୍ଥିତି: ବଢୁଛି କାବେରୀ, ସିଲେରୁ ଓ ଗୋଦାବରୀ ଜଳସ୍ତର - Malkangiri flood update

ଯେଉଁଠି ଆଖି ପକାଇବେ ଖାଲି ପାଣି ଆଉ ପାଣି । ଜଳମଗ୍ନ ହେଇଯାଇଛି ମାଲକାନଗିରି ଜିଲ୍ଲା ମୋଟୁ ପଂଚାୟତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

malkangiri-flood-update-kaberi-sileru-and-godabari-rivers-water-label-increase
ମାଲକାନାଗିରିରେ ବନ୍ୟା ପରିସ୍ଥିତି: ବଢୁଛି କାବେରୀ, ସିଲେରୁ ଓ ଗୋଦାବରୀ ନଦୀ ଜଳସ୍ତର

By

Published : Aug 18, 2020, 3:54 PM IST

ମାଲକାନାଗିରି: ନଦୀ-ନାଳ, ରାସ୍ତା-ଘାଟ, ଗାଁ-ଗଣ୍ଡା ପାଣିରେ ଉବୁଟୁବୁ । ଜନଜୀବନ ଅସ୍ତବ୍ୟସ୍ତ। ମହାମାରୀ କୋରୋନା ସାଙ୍ଗକୁ ପାଞ୍ଚଦିନ ହେଲା ତୁହାକୁ ତୁହା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି ।

ମାଲକାନାଗିରିରେ ବନ୍ୟା ପରିସ୍ଥିତି: ବଢୁଛି କାବେରୀ, ସିଲେରୁ ଓ ଗୋଦାବରୀ ନଦୀ ଜଳସ୍ତର

ପୋଡିଆ ବ୍ଲକ ବୋଜାଗୁଡା ନିକଟରେ ବୋହିଯାଇଥିବା ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳବନ୍ଦୀ ଏହି ଗ୍ରାମବାସୀ । ଜଳବନ୍ଦୀରେ ଫସିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ପୋଲାଭରମ ବ୍ୟାକ ୱାଟର ଯୋଗୁଁ ସିଲେରୁ ଓ ସାବେରୀ ନଦୀ ଫୁଲିବାରେ ଲାଗିଛି । ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହିପରି ଆନ୍ଧ୍ରର ଗୋଦାବରୀ ନଦୀ ଜଳସ୍ତର ବୃଦ୍ଧି ମାଲକାନାଗିରି ଜିଲ୍ଲା ମୋଟୁ ତହସିଲ ଅଞ୍ଚଳରେ ବନ୍ୟାପରିସ୍ଥିତିର ବାହାକ ସାଜିଛି ।

ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିବା କହଛନ୍ତି ମୋଟୁ ତହସିଲଦାର ଶଶାଙ୍କ ଶେଖର।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details