ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବର୍ଷା କମିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ସ୍ଥିତି । ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି । ତେବେ ପୋଲାଭରମର ବ୍ୟାକଲକ ୱାଟର ଯୋଗୁଁ ମୋଟୁରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।
4 ଦିନ ଧରି ଜଳମଗ୍ନ ଥିବା ମୋଟୁର ମୁଗି ପଏଣ୍ଟରୁ ଏବେ ଜଳ ହ୍ରାସ ପାଇଛି । ବନ୍ୟା ପାଣିରେ ବୁଡି ରହିଥିଲା ମୋଟୁ ମୁଗି ପଏଣ୍ଟ ସମେତ ଆଖପାଖରେ ଅନେକ ଗ୍ରାମ। ମୋଟୁ ତହସିଲର ଅନେକ ଗ୍ରାମ 4 ଦିନ ଧରି ଜଳବନ୍ଦୀ ଥିବାବେଳେ,ଆଜି(ବୁଧବାର) ବହୁତ ଗ୍ରାମରୁ ଜଳ ହ୍ରାସ ପାଇଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲି ଯାଇଥିବାରୁ ପାଣି ଘେରରେ ମୋଟୁ ଅଞ୍ଚଳ ରହିଥିଲା । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ମୋଟୁ ତହସିଲର ଅନେକ ଗାଁରେ ବୁଧବାର ସାମାନ୍ୟ ସୁଧାର ଆସିଛି।