ମାଲକାନଗିରି: ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ମାଲକାନଗିରି ସହରରେ ସମସ୍ତ ରାସ୍ତା ବନ୍ଦ କଲା କୃଷକ ମହାସଂଘ । ମାଲକାନଗିରି ଜିଲ୍ଲାରେ ଧାନର ଅଭାବି ବିକ୍ରିକୁ ନେଇ କୃଷକ ମହାସଂଘ ସହ ଜିଲ୍ଲା ବିଜେପି ପକ୍ଷରୁ ଶନିବାର ରାସ୍ତାରୋକ କରାଯାଇଛି । ଏଥିରେ ଶତାଧିକ ଚାଷୀଙ୍କ ସହ ବିଜେପି କର୍ମୀମାନେ ଜିଲ୍ଲା ସଦର ଠାରେ ପହଞ୍ଚି ଡି.ଏନ.କେ ଛକରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ କାରଣରୁ ଗାଡି ମୋଟର ବନ୍ଦ ରହିଛି ।
ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ମାଲକାନଗିରି କୃଷକ ମହାସଂଘର ବନ୍ଦ ପାଳନ - mandi proplem in malkangiri
12:12 February 08
ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ମାଲକାନଗିରି କୃଷକ ମହାସଂଘର ବନ୍ଦ ପାଳନ
ବିଶେଷ କରି ମଣ୍ଡି ଆରମ୍ଭ ହୋଇ ତିନି ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ଅଧିକାଂଶ ଚାଷୀଙ୍କୁ ଧାନ ବିକ୍ରି କରିବା ଲାଗି ସରକାରଙ୍କ ଟୋକେନ ମିଳିନାହିଁ । ଯେଉଁମାନଙ୍କୁ ଟୋକେନ ମିଳିଛି ସେମାନଙ୍କ ଠାରୁ ମିଲର ମାନେ ବସ୍ତା ପିଚ୍ଛା ୫ କେଜି ଧାନ କାଟୁଥିବା ମଧ୍ୟ ଅଭିଯୋଗ ହୋଇଛି ।
ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଚାଷୀମାନେ ଶନିବାର ବାଧ୍ୟ ହୋଇ ରାଜରାସ୍ତାକୁ ଓଲହ୍ଲାଇଛନ୍ତି । ତେବେ ଚାଷୀମାନେ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ।
ଫଳରେ ମାଲକାନଗିରି-ଜୟପୁର, ମାଲକାନଗିରି-ରାୟପୁର, ମାଲକାନଗିରି-ହାଇଦ୍ରାବାଦ ମଧ୍ୟରେ ଯାଉଥିବା ଯାନବାହନ ଚଳାଚଳ ବନ୍ଦ ରହିଛି । ପୋଲିସ ଓ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ହେଲେ ଚାଷୀଙ୍କ ଧାନ କିଣା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉଭୟ ବି.ଜେ.ପି ଓ କୃଷକ ସମାଜ ପକ୍ଷରୁ କୁହାଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ