ମାଲକାନଗିରି:ଯେତେ ଖୋଳିଲେ ସେତେ ବାହାରୁଛି । ଦ୍ବିତୀୟ ଦିନ ପରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ 1ର ନିର୍ବାହୀ ଯନ୍ତ୍ରୀଙ୍କର ରହିଛି ଅମାପ ସମ୍ପତ୍ତି । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହୋଉଛି ଟଙ୍କା ଓ ସୁନା ଗହଣା । ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସମ୍ପତ୍ତି ଠାବ ।
ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି । ଠିକାଦାରଙ୍କ ଘରୁ ୨୧ ଲକ୍ଷ ୭୫ ହଜାର ଜବତ । ଠିକାଦାର ଓ ନିଜ ଘରୁ ୬୦୦ ଗ୍ରାମ ସୁନା, ୫୦ ଲକ୍ଷ ଟଙ୍କାର ବୀମା ଜବତ ହୋଇଛି । ୪୦ ଲଷ ଟଙ୍କାର ୟୁଟିଆଇ ବଣ୍ଡ ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ ମଧ୍ୟ ଜବତ ହୋଇଛି । ମାଲକାନଗିରି ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଲକର ରହିଛି । କଟକରେ ଗୋଟିଏ ଫ୍ଲାଟ ମଧ୍ୟ ରହିଛି ।