ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମାଲାକାନଗିରି ଜିଲ୍ଲାରେ ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି । ହେଲେ ସରପଞ୍ଚ ପଦ ଲାଗି 23 ଜଣ, ସମିତି ସଭ୍ୟ ପାଇଁ 13 ଜଣ, ୱାର୍ଡମେମ୍ବର ପଦରେ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସମସ୍ତେ ନିଜ ପଞ୍ଚାୟତ ଓ ବ୍ଲକ ଅଫିସରେ କୋଭିତ ନିୟମ ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ୧୫ଟି ଜିଲ୍ଲାପରିଷଦ ସଭ୍ୟ , ୧୧୧ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୫୦୯ଟି ୱାର୍ଡମେମ୍ବର ପଦ ରହିଛି ।