ଓଡିଶା

odisha

ETV Bharat / state

କଂଗ୍ରେସର ମାଲକାନଗିରି ବନ୍ଦ ଡାକରାକୁ ବିରୋଧ, ଜିଲ୍ଲାପାଳଙ୍କ ସମର୍ଥନରେ କୋୟା ସମାଜ - koya tribal against the congress

ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଆସନ୍ତାକାଲି(ଶୁକ୍ରବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳିବ କଂଗ୍ରେସ । ସେପଟେ ଏହାକୁ ଶସ୍ତା ରାଜନୀତି କହି ବିରୋଧ କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସୀ ସମାଜ । ଅଧିକ ପଢନ୍ତୁ...

malkangiri collector
ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ଆତ୍ମହତ୍ଯା ବିବାଦ; କଂଗ୍ରେସର ବନ୍ଦ ଡାକରାକୁ କୋୟା ଆଦିବାସୀ ସମାଜର ବିରୋଧ

By

Published : Jan 9, 2020, 6:24 PM IST

ମାଲକାନଗିରି: ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଆସନ୍ତାକାଲି(ଶୁକ୍ରବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳିବ କଂଗ୍ରେସ । ସେପଟେ ଏହାକୁ ଶସ୍ତା ରାଜନୀତି କହି ବିରୋଧ କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସୀ ସମାଜ । ଏହାସହ ଜିଲ୍ଲାପାଳଙ୍କ ସପକ୍ଷରେ ଦୁଇ ହଜାର ଆଦିବାସୀଙ୍କୁ ନେଇ ରାଲି କରାଯିବ ବୋଲି ଆଦିବାସୀ ସଂଘ କହିଛି ।

ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ଆତ୍ମହତ୍ଯା ବିବାଦ; କଂଗ୍ରେସର ବନ୍ଦ ଡାକରାକୁ କୋୟା ଆଦିବାସୀ ସମାଜର ବିରୋଧ

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ କଂଗ୍ରେସ ଦାୟୀ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରୁଛି ଦଳ । ଏନେଇ ପୂର୍ବରୁ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇ ଥିବାବେଳେ ଆସନ୍ତାକାଲି ମାଲକାନଗିରି ବନ୍ଦ ଡାକରା ଦେଇଛି ।

ଜିଲ୍ଲାପାଳଙ୍କ ଦୁର୍ନୀତି ସମ୍ପର୍କରେ ବ୍ୟକ୍ତିଗତ ସହାୟକ ସବୁ ଜାଣିଥିବାରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି । ଫଳରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇ ଜିଲ୍ଲାପାଳଙ୍କ ଗିରଫ ଦାବି କରୁଛି କଂଗ୍ରେସ । ଏନେଇ ଗତ 6 ତାରିଖ ଦିନ ମାଲକାନଗିରି ଥାନା ଘେରାଉ କରିବା ସହ ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେଇଥିଲା ଦଳ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଶୁକ୍ରବାର କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଛି ।

ଅନ୍ୟପଟେ ଏହି ବନ୍ଦକୁ ଶସ୍ତା ରାଜନୀତି କହି ଜିଲ୍ଲାପାଳଙ୍କ ସପକ୍ଷରେ ବାହାରିଛି କୋୟା ଆଦିବାସୀ ସମାଜ । କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ପ୍ରସଙ୍ଗରେ ଶସ୍ତା ରାଜନୀତି କରୁଥିବା କହିଛନ୍ତି କୋୟା ଆଦିବାସୀ ନେତା ଆଡମା ରାବା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details