ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେ ମାଲକାନଗିରି ଜିଲ୍ଲାପାଳ, ଅନାଥଙ୍କ ସହ ପାଳିଲେ ଦୀପାବଳି - malkangiri collector

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ। ଅନାଥ ଆଦିବାସୀ ପିଲାଙ୍କ ସହ ପାଳିଛନ୍ତି ଦୀପାବଳି।

ଡିଜାଇନ ଫଟୋ

By

Published : Oct 27, 2019, 5:34 PM IST

Updated : Oct 27, 2019, 6:32 PM IST

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ଅନାଥ ଆଦିବାସୀ ପିଲାଙ୍କ ସହ ପାଳିଛନ୍ତି ଦୀପାବଳି। ମାଲକାନଗିରି ସଦର ମହକୁମା ଠାରେ ଥିବା ସପ୍ତଧାରା ଆବାସିକ ହଷ୍ଟେଲରେ ଦୀପାବଳି ପାଳିବା ସହ ସେମାନଙ୍କର ହାଲଚାଲ ପଚାରି ବୁଝିଛନ୍ତି ସେ।

ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେ ମାଲକାନଗିରି ଜିଲ୍ଲାପାଳ

ପିଲାଙ୍କୁ ଦୀପାବଳି ଶୁଭେଚ୍ଛା ଦେବା ସହ ସେମାନଙ୍କ ଗହଣରେ ତଳେ ବସି ଭୋଜନ ମଧ୍ୟ କରିଛନ୍ତି। ଦୀପାବଳି ଅବସରରେ ଅଚାନକ ଆଜି ହଷ୍ଟେଲ ପରିଦର୍ଶନରେ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ । ତାଙ୍କ ସହ ମାଲକାନଗିରି ତହସିଲଦାର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଯାଇଥିଲେ ।

ପିଲାଙ୍କ ସହ ଭୋଜନ କରିବା ପରେ ଦୀପାବଳି ସମ୍ପର୍କରେ ଆଦିବାସୀ ପିଲାଙ୍କୁ ବୁଝାଇଥିଲେ ଜିଲ୍ଲାପାଳ । ଏହା ସହିତ ଦୁଇ ଘଣ୍ଟା ସେମାନଙ୍କ ପାଖରେ ରହିବା ସହ ଦୀପାବଳି ପାଳିଛନ୍ତି ଜିଲ୍ଲାପାଳ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏସପି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସବୁ ଜିଲ୍ଲାପାଳଙ୍କୁ ଦୀପାବଳି ଅନାଥ ପିଲାଙ୍କ ସହିତ ପାଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ ମଧ୍ୟ ଅନାଥ ପିଲାଙ୍କ ସହିତ ଦୀପାବଳି ପାଳିବେ ବୋଲି କହିଥିଲେ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Oct 27, 2019, 6:32 PM IST

ABOUT THE AUTHOR

...view details