ଓଡିଶା

odisha

ETV Bharat / state

‘ଇଟିଭି ଭାରତ’ର ମହାପ୍ରଭାବ: ମାଓ ଗଡ଼ରେ ପୋଲିସର ରକ୍ତଦାନ - etv-bharaଇଟିଭି ଭାରତt

ରକ୍ତଦାନ ମହତ ଦାନ । ରକ୍ତ ଅଭାବରୁ ମଧ୍ୟ ଜୀବନ ଚାଲିଯାଏ । ତେବେ ଜିଲ୍ଲା ଚିକିତ୍ସାଳୟରେ ରକ୍ତାଭାବ ନେଇ ଏକ ରିପୋର୍ଟ ‘ଇଟିଭି ଭାରତ’ରେ ପ୍ରସାରଣ ହୋଇଥିଲା । ଏହାର ପ୍ରଭାବରେ ମାନବିକତାର ମହାନ ନିଦର୍ଶନ ଦେଇ ରକ୍ତଦାନ କରିଛନ୍ତି ଜିଲ୍ଲା ପୋଲିସ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରିତ

By

Published : Jun 15, 2019, 5:37 PM IST

ମାଲକାନଗିରି: ଜିଲ୍ଲା ରକ୍ତ ଭଣ୍ଡାରରେ ଦେଖାଯାଇଥିଲା ଘୋର ରକ୍ତାଭାବ । ଜୀବନ ବଞ୍ଚିବାର ସଞ୍ଜିବନୀ ଟିକିଏ ନଥିବାରୁ ଅନେକ ଆଶା ଆଶଙ୍କାରେ ଥିଲେ ରୋଗୀ । ବହୁ ମୂଲ୍ୟ ଜୀବନ ବଞ୍ଚିାଇବା ଯେମିତି ହୋଇଯାଇଥିଲା ଅସମ୍ଭବ । ଏହି ଖବରକୁ ଗୁରୁତ୍ବର ସହ ପ୍ରଥମେ ପ୍ରସାରଣ କରିଥିଲା ‘ଇଟିଭି ଭାରତ’ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି

‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ମାଲକାନଗିରି ଜିଲ୍ଲା ପୋଲିସକୁ କରିଥିଲା ଅଧିକ ପ୍ରଭାବିତ । ଫଳରେ ଜିଲ୍ଲା ପୋଲିସ ପକ୍ଷରୁ ମାଲକାନଗିରି ମଡ଼େଲ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଓ ଏସଡିପିଓ ହୃଷିକେଶ ଡି ଖିଲାରିଙ୍କ ସହ ମାଲକାନଗିରି ଥାନା ଅଧିକାରୀ ରଞ୍ଜନ କୁମାର ସାହୁ ଓ ଜିଲ୍ଲାର ଅନେକ ପୋଲିସ ଅଧିକାରୀ ରକ୍ତଦାନ କରିଛନ୍ତି ।

ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୁତ ହେଉଥିବାରୁ ଅନେକ ଯୁବକ ରକ୍ତଦାନ କରିବାକୁ ଭୟ କରୁଥିଲେ । କିନ୍ତୁ ମାଲକାନଗିରି ଏସପି ଶିବିରକୁ ଆସି ରକ୍ତଦାନ କରିବା ପରେ ବହୁ ସ୍ବଚ୍ଛାସେବୀ ଯୁବକ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଶନିବାର ଅନୁଷ୍ଠିହ ହୋଇଥିବା ରକ୍ତଦାନ ଶିବିରରେ 58 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଜିଲ୍ଲା ରେଡ଼କ୍ରସ ଅଧ୍ୟକ୍ଷ ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିଲେ ।


ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details