ଓଡିଶା

odisha

By

Published : Apr 1, 2023, 3:44 PM IST

ETV Bharat / state

ଭିକେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭିକେ ପାଣ୍ଡିଆନଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତ ଶେଷ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ଅଧିକ ପଢନ୍ତୁ

bjp press meet
bjp press meet

ବିଜେପିର ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି:ଗତ 28 ତାରିଖରେ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସିଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ଗାଁ ଗୁଡିକରେ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ପାଣ୍ଡିଆନ । ଠିକ ତାହାର ଦୁଇ ଦିନ ପୁର୍ବରୁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ୨୯ ତାରିଖ ଦିନ ନିଜେ ରହି ଜନସାଧାରଣଙ୍କୁ ୫ଟି ସଚିବଙ୍କ ନିକଟକୁ ଛାଡିଥିଲେ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ନିର୍ବାଚନ ପ୍ରଚାର କରିବାକୁ ୫ଟି ସଚିବ ଆସିଥିଲେ କି ବୋଲି ଓଡିଶା ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।

ବିଜେପି ଏକ ପ୍ରେସ୍‌ ନୋଟ ଜାରି କରି ରାଜ୍ୟ ସରକାରଙ୍କୁ 17ଟି ପ୍ରଶ୍ନ କରିଛି । 5ଟି ସଚିବଙ୍କ ଗସ୍ତ ସରକାରୀ ଥିଲା ନା ବିଜେଡିର ଦଳୀୟ ଥିଲା, ଯଦି ସରକାରୀ ଥିଲା ତାହା ହେଲେ ସ୍ଥାନୀୟ ମାଲକାନାଗିରି ବିଧାୟକଙ୍କୁ ନିମନ୍ତ୍ରଣ କାହିଁକି କରାଯାଇନଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଏହି ଗସ୍ତକୁ ନେଇ କେଉଁ ବିଭାଗ ଏହାର ଖର୍ଚ୍ଚ ବହନ କଲା ? ଯଦି ଦଳୀୟ , 5ଟି ସଚିବ କେଉଁ ଆଧାରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ? , ଏହି ଗସ୍ତ ପାଇଁ ଦୁଇ ଦିନଧରି ହେଲିକପ୍ଟର ବ୍ୟବହାର କରାଯାଇଥିଲା , ଜଣେ ସଚିବ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରିବା ପାଇଁ ଯୋଗ୍ୟ କି ? କେନ୍ଦ୍ର ମନ୍ତ୍ରୀମାନେ କାରରେ ମାଲକାନାଗିରି ଜିଲ୍ଲା ଗସ୍ତ କରୁଛନ୍ତି, ଅଥଚ ଏମିତି କଣ ଜରୁରୀ କାମ ଆସିଲା ଯେ ସଚିବ ହେଲିକପ୍ଟରରେ ଗସ୍ତ କରିବାକୁ ପଡିଲା ବୋଲି କହିଛି ବିଜେପି ।

ବିଜେଡ଼ି ନେତାମାନେ ଅନୁଭବ କଲେଣି ଯେ ଏଥର ତାଙ୍କ ରଣ କୌଶଳ ଆଉ ଏଠାରେ କାମ କରିବ ନାହିଁ । ତେଣୁ ଏହି କ୍ରୀତଦାସମାନେ ତାଙ୍କ ମାଲିକଙ୍କ ଶରଣାପନ୍ନ ହୋଇଛନ୍ତି ବୋଲି କହିଛି ବିଜେପି । ପଞ୍ଚାୟତ ନିର୍ବାଚନ ସମୟର ପ୍ରତିଶୃତି ପୂରଣ ହୋଇନାହିଁ । ହରି ମନ୍ଦିର ଓ ନର ନାରାୟଣ ସେବାଶ୍ରମ ପଟରୁର ପ୍ରତିଶ୍ରୁତି ପୂରଣ ହୋଇ ନାହିଁ । ନିର୍ବାଚନ ଲାଭ ପାଇଁ ପଞ୍ଚାୟତ ନିର୍ବାଚନରେ, ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ଯେଉଁ ବିଭାଜନ କରିଥିଲେ ଏବେ ଆଉ ସମ୍ଭବ ହେବ ନାହିଁ । 2019 ପୂର୍ବରୁ , ମାଥିଲି ଓ ଚିତ୍ରକୋଣ୍ଡାଠାରେ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ , ତାହା କଣ ହେଲା ? 2018ରେ ମାଲକାନାଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାର ଛଳନା କରାଯାଇଥିବା ଅଭିଯୋଗ ହୋଇଛି, ଏପରିକି 1.5 କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ମଧ୍ୟ ପାଳନ କରାଯାଇନାହିଁ । ଡାକ୍ତର ପଦବୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିବା ସହ ସଚିବ ରାଜନୀତିରେ ଯୋଡି ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାସଂଦ ବଳଭଦ୍ର ମାଝୀ, ବିଧାୟକ ଆଦିତ୍ଯ ମାଡି, ଜିଲ୍ଲା ବିଜେପି ସଭାପତି ନିମାଇ ପାଲ୍ ଓ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details