ମାଲକାନଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ମାଲକାନଗିରି । ନିର୍ବାଚନକୁ ନେଇ ଜିଲ୍ଲାରେ ଉଷ୍ମତା ବଢୁଥିବା ବେଳ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଟଣାଓଟରା । ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଏବଂ ଏସପିଙ୍କୁ ଭେଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସୁରକ୍ଷା ଏବଂ ସ୍ବଚ୍ଛ ନିର୍ବାଚନ କରିବା ନେଇ ଦାବି ପତ୍ର ପ୍ରଦାନ କରିଥିଲେ।
ବିଜେପିର ପ୍ରାର୍ଥୀମାନଙ୍କୁ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇବା ସହ ଅପହରଣ କରିବା ସହ ଧମକାଇବା ଭଳି ଘୃଣ୍ୟ କାମ କରୁଥିବା ଅଭିଯୋଗ କରିଛି ବିଜେପି । କାଲିମେଳା ଜୋନ-୨ର ପ୍ରାର୍ଥିନୀ ରୀନା କବାସୀଙ୍କୁ ୧୦ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଇବା ଏବଂ କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀ ପ୍ରଦୀପ ମାଡକାମୀଙ୍କୁ ଅପହରଣ କରିନେବା ଏବଂ ପ୍ରଚାର ନକରିବା ପାଇଁ ଡରାଇବା ,ଧମକାଇବା ଭଳି କାମ କରିବାକୁ ନିନ୍ଦା କରାଯାଇଛି।