ମାଲକାନଗିରି:କୋଭିଡ କଟକଣାରେ ପାଳନ ହେବ ମାଲକାନଗିରି ବଡ଼ଯାତ୍ରା । ମାଲକାନଗିରି ଜିଲ୍ଲା ସଦର ମହାକୁମା ତହସିଲ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଚଳିତବର୍ଷ ମାଲକାନଗିରିର ବଡଯାତ୍ରା କୋରୋନା କଟକଣା ମଧ୍ୟରେ ପାଳନ କରାଯିବ । ପ୍ରଶାସନ ପକ୍ଷରୁ ବଳିପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସହରରେ ମଦ ଦୋକାନ ବନ୍ଦ କରାଯାଇଛି । ପୋଲୁରୁ ଠାରେ କିପରି ବ୍ୟାରିକେଟ କରାଯିବ ଭକ୍ତମାନେ ସୁବିଧାରେ ନଦୀପାର ହେବେ ସେହି ବ୍ୟବସ୍ଥା କରାଯାଇଛି । ଯାତ୍ରା ସମୟରେ ସହରରେ କିପରି ଭିଡ଼ ନହେବ ଏବଂ ସମସ୍ତେ କୋଭିଡ ନିୟମ ପାଳନ କରିବେ ମାସ୍କ ବ୍ୟବହାର କରିବେ ସାମାଜିକ ଦୂରତା ମାନିବେ ତାହା ପୋଲିସ ପକ୍ଷରୁ ବ୍ୟବସ୍ଥା କରିବା ସୂଚନା ଦେଇଛନ୍ତି ।