ମାଲକାନଗିରି:ସରକାରଙ୍କବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ଦେଉଛନ୍ତି ସରକାର । ଗରିବ ଶ୍ରେଣୀର ଲୋକମାନେ ଏହି ଯୋଜନା ଦ୍ବାରା ମାଗଣାରେ ବିଭିନ୍ନ ତୀର୍ଥସ୍ଥଳ ପରିଭ୍ରମଣ କରିପାରିବେ । ତେବେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ମାଲକାନଗିରି ଜିଲ୍ଲାରୁ ୯୦ ଜଣ ଦକ୍ଷିଣ ଭାରତ ପରିଭ୍ରମଣରେ ବାହାରିଛନ୍ତି । ଦକ୍ଷିଣ ଭାରତର ତିରୁପତି, ଭେଲ୍ଲର ଓ ଶ୍ରୀକଳାହସ୍ତୀ ତୀର୍ଥ ସ୍ଥାନ ପରିଭ୍ରମଣ କରିବାର ଯୋଜନା ରହିଛି । ଏନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଥିବାବେଳେ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ଵାନି ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ: Stone Pelting: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଘର ଉପରକୁ ପଥର ମାଡ଼
ଆଜି ସମସ୍ତ ତୀର୍ଥ ଯାତ୍ରୀ ରାୟଗଡ଼ା ଅଭିମୁଖେ ଯାତ୍ରା କରୁଛନ୍ତି । ମାର୍ଚ୍ଚ ୨୮ ମଙ୍ଗଳବାର ଦିନ ସମସ୍ତ ଯାତ୍ରୀ ଗନ୍ତବ୍ୟ ତୀର୍ଥ ସ୍ଥାନ ଅଭିମୁଖେ ଯାତ୍ରା କରିବେ ଏବଂ ଏପ୍ରିଲ ୨ରେ ରାୟଗଡା ପ୍ରତ୍ୟାବର୍ତ୍ତନ କରିବେ । ମାଲକାନଗିରିରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ବସ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।