ଓଡିଶା

odisha

ETV Bharat / state

ଟ୍ରାକ୍ଟର ଓଲଟି ଚାରି 4 ମୃତ, 19 ଗୁରୁତର

ବିଶ୍ବ ଆଦିବାସୀ ଦିବସ ସାରି ଫେରୁଥିବାବେଳେ ଟ୍ରାକ୍ଟର ଓଲଟି ଚାରି(4) ମୃତ 19 ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ ଦାନ୍ତେଓ୍ବାଡା ଜିଲ୍ଲା କଟେ କଲ୍ୟାଣ ଥାନା ଅନ୍ତର୍ଗତ ତେଲମ୍ ଟେଟମ୍ ଗାଁରେ । ଅଧିକ ପଢନ୍ତୁ...

By

Published : Aug 9, 2021, 6:20 PM IST

Updated : Aug 9, 2021, 7:13 PM IST

ଟ୍ରାକ୍ଟର ଓଲଟି ଚାରି4 ମୃତ, 19 ଗୁରୁତ୍ବର
ଟ୍ରାକ୍ଟର ଓଲଟି ଚାରି4 ମୃତ, 19 ଗୁରୁତ୍ବର

ମାଲକାନଗିରି: ବିଶ୍ବ ଆଦିବାସୀ ଦିବସ ସାରି ଫେରୁଥିବାବେଳେ ଟ୍ରାକ୍ଟର ଓଲଟି ଚାରି(4) ମୃତ 19 ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ ଦାନ୍ତେଓ୍ବାଡା ଜିଲ୍ଲା କଟେ କଲ୍ୟାଣ ଥାନା ଅନ୍ତର୍ଗତ ତେଲମ୍ ଟେଟମ୍ ଗାଁରେ । ଟେଟମ୍ ଗାଁର ପାଖାପାଖି 30 ଜଣ ଲୋକ ଟ୍ରାକ୍ଟରରେ ବିଶ୍ବ ଆଦିବାସୀ ଦିବସ ସାରି ଘରକୁ ଫେରୁଥିବା ସମୟରେ ଭାରସାମ୍ଯ ହରାଇ ଟେଟମ୍ ଗାଁର ଏକ ପୋଖରୀ ଭିତରେ ପଶିଯାଇଥିଲା ।

ଟ୍ରାକ୍ଟର ଓଲଟି ଚାରି 4 ମୃତ, 19 ଗୁରୁତର

ଫଳରେ ଟ୍ରାକ୍ଟରଟି ପାଣି ଭିତରେ ବୁଡିଯିବା ହେତୁ ଘଟଣାସ୍ଥଳରେ 4 ଜଣ ମୃତ୍ଯୁବରଣ କରୁଥିବାବେଳେ 19 ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ କୋସା ମାଡମି (35), ଦସାଇ କବାସି (16), ଦିନେସ୍ ମରକାମ୍(9), ଫୁକେ କବାସି (40) । ଘଟଣାସ୍ଥଳରେ DRGA ଯବାନ୍ ମାନେ ପହଞ୍ଚି ସମସ୍ତ ମୃତ ଓ ଗୁରୁତରଙ୍କୁ ଉଦ୍ଧାର କରି କଟେକଲ୍ୟାଣ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Aug 9, 2021, 7:13 PM IST

ABOUT THE AUTHOR

...view details