ମାଲକାନଗିରି: ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମ ହିଁ ଭଗବାନ । ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ । ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଣ୍ଟନ କରିବା ପାଇଁ ରାଲେଗଡା ଗ୍ରାମ ପଞ୍ଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଭରା ନଇ ପାରି ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରମିଳା ସୁଆପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେଡୁପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ ।