ଓଡିଶା

odisha

ETV Bharat / state

Panchayat Election: ମାଓ ଇଲାକାରେ ପ୍ରଶାସନର ଜୋରଦାର ପ୍ରସ୍ତୁତି - ମାଲକାନଗିରିରେ ପଞ୍ଚାୟତ ନିର୍ବାଚନ ଖବର

ରାତିପାହିଲେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ମାଓ ଇଲାକା ମାଲକାନଗିରିରେ ସୁରକ୍ଷା ବ୍ଯବସ୍ଥା କଡାକଡି । ଅଧିକ ପଢନ୍ତୁ

Panchayat Election: ମାଓ ଇଲାକାରେ ପ୍ରଶାସନର ଜୋରଦାର ପ୍ରସ୍ତୁତି
Panchayat Election: ମାଓ ଇଲାକାରେ ପ୍ରଶାସନର ଜୋରଦାର ପ୍ରସ୍ତୁତି

By

Published : Feb 15, 2022, 8:41 PM IST

ମାଲକାନଗିରି: ରାତିପାହିଲେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ମାଓ ଇଲାକାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ପଞ୍ଚାୟତ ସମିତି ପାଇଁ ମତଦାନ ଗ୍ରହଣ କରାଯିବ । ଏଥିପାଇଁ ମାଲକାନଗିରି ବ୍ଲକର 19ଟି ପଞ୍ଚୟତରେ 264 ଟି ମତଦାନ କେନ୍ଦ୍ର କରାଯାଇଛି ।

Panchayat Election: ମାଓ ଇଲାକାରେ ପ୍ରଶାସନର ଜୋରଦାର ପ୍ରସ୍ତୁତି

19 ଟି ପଞ୍ଚାୟତରେ 70,475 ମତଦାତା ଅଛନ୍ତି । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ ବୁଥରେ 3 ଜଣ ପୁଲିଂ କର୍ମଚାରୀଙ୍କ ସମେତ ଜଣେ ଲେଖାଏଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜି(ମଙ୍ଗଳବାର) ସକାଳୁ ସମସ୍ତ ପୁଲିଂ ପାର୍ଟି ପହଞ୍ଚି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ତଦାରଖ କରିଛନ୍ତି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କିପରି ମତଦାନ ଗ୍ରହଣ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ ଜିଲ୍ଲା ସୀମାନ୍ତକୁ ଛତିଶଗଡ଼ ଲାଗିଥିବାରୁ ମାଓ ହମଲାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details