ମାଲକାନଗିରି: ଦାରିଦ୍ରତା କାରଣରୁ ମା'ଛୁଆ ଆତ୍ମହତ୍ୟା ଘଟଣା । ଆତ୍ମହତ୍ୟା କରିଥିବା ସୀତା ମାଡକାମଙ୍କ ପରିବାରଙ୍କୁ ବୁଧବାର ସାକ୍ଷାତ କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଏହା ପୂର୍ବରୁ ମାଲକାନଗିରି ବିଡିଓ ଗୋରେଇଗୁଡ଼ା ଗାଁକୁ ଯାଇ ଘଟଣାର ତଦନ୍ତ କରିଥିଲେ ।
ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇ ଦୁଇ ଗୁରୁତର ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ । ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ରେଡ କ୍ରସ ତରଫରୁ ୧୦ ହଜାର ଟଙ୍କା ଦିଆଯାଇଛି । ଏଥିସହ ଅନାଥ ପିଲାଙ୍କ ଲାଗି ମାସିକ ୨ ହଜାର ଟଙ୍କା ଆର୍ଥିକ ସହାୟତା, ବୁଢା ଜେଜ ବାପାଙ୍କ ଲାଗି ଭତ୍ତା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଏମାନଙ୍କୁ ସାମିଲ କରାଯାଇ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।